ଭାରତକୁ କ୍ଷେପଣାସ୍ତ୍ର ସଂଯୁକ୍ତ ଯୁଦ୍ଧଜାହଜ ଯୋଗାଇବ ରୁଷ

0

ମସ୍କୋ : ଭାରତକୁ ମାରାତ୍ମକ କ୍ଷେପଣାସ୍ତ୍ର ସଂଯୁକ୍ତ ଯୁଦ୍ଧଜାହାଜ ଯୋଗାଇବ ରୁଷ୍‍। ରୁଷ୍‍ ଉପ ପ୍ରଧାନମନ୍ତ୍ରୀ ୟୁରି ବୋରିସୋଭ କହିଛନ୍ତି ଯେ ଭାରତର ନୌସେନାକୁ ମାରାତ୍ମକ ୩ଏମ୍‍-୧୪ କାଲିବର ଭୂପୃଷ୍ଠକୁ ଆକ୍ରମଣ କରିପାରୁଥିବା କ୍ରୁଇଜ୍‍ କ୍ଷେପଣାସ୍ତ୍ର (ଏଲଏସିଏମ୍‍) ସଂଯୁକ୍ତ ଯୁଦ୍ଧ ଜାହାଜ ଯୋଗାଇ ଦିଆଯିବ। ଏହି କ୍ଷେପଣାସ୍ତ୍ର ୨୫୦୦ କିମି ଦୂର ଲକ୍ଷ୍ୟଭେଦ କରିପାରିବ। ବୋରିସୋଭ କହିଛନ୍ତି ରୁଷିଆର ଏହି ଯୁଦ୍ଧଜାହାଜ ଭାରତ ସହିତ ଭିଏତନାମ, ଚୀନ ଓ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ରାଷ୍ଟ୍ରକୁ ଯୋଗାଇ ଦିଆଯିବ।

Leave A Reply