ଶିଖ ତୀର୍ଥଯାତ୍ରୀଙ୍କ ସହ ଭାରତୀୟ କୂଟନୀତିଜ୍ଞଙ୍କୁ ଭେଟିବାକୁ ଦେଲାନି ପାକିସ୍ତାନ

0

ନୂଆଦିଲ୍ଲୀ : ପାକିସ୍ତାନରେ ଭାରତ କୂଟନୀତିଜ୍ଞଙ୍କ ଉପରେ ଅତ୍ୟାଚାର ଘଟଣାକ୍ରମ ଜାରି ରହିଛି । ଏବେ ପାକିସ୍ତାନରେ ଭାରତୀୟ କୂଟନୀତିଞ୍ଜଙ୍କ ସହ ଶିଖ୍‌ ତୀର୍ତଯାତ୍ରୀଙ୍କ ସାକ୍ଷାତକାର ଉପରେ ପ୍ରତିବନ୍ଧକ ଲଗାଯାଇଛି । ଭାରତ ବିଦେଶ ମନ୍ତ୍ରଣାଳୟ ଏକ ପ୍ରେସ୍‌ ବିଜ୍ଞପ୍ତି ଜାରି ଏହାର କଡ଼ା ବିରୋଧ କରିଛି । ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଭାରତୀୟ କୂଟନୀତିଜ୍ଞଙ୍କୁ ପାକିସ୍ତାନର ଶିଖ ତୀର୍ଥସ୍ଥଳୀକୁ ଯିବା ଓ ସେଠାରେ ଭାରତୀୟ ଶିଖ ତୀର୍ଥଯାତ୍ରୀଙ୍କୁ ଭେଟିବାକୁ ଅନୁମତି ଦିଆଯାଇଥାଏ ଓ ଏହା ସାମାନ୍ୟ ପ୍ରକ୍ରିୟା କ୍ରମରେ ହୋଇଥାଏ । ପ୍ରୋଟକଲେ ଅନୁସାରେ ଦାୟିତ୍ୱ ନିର୍ବାହ କରିବାକୁ ଭାରତୀୟ ଦୂତାବାସ ଅଧିକାରୀଙ୍କୁ ଏହି ଅନୁମତି ପ୍ରଦାନ କରାଯାଇଥାଏ । ଏହା ସ୍ୱାସ୍ଥ୍ୟଗତ ଜନିତ କୌଣସି ଜରୁରୀ ପରିସ୍ଥିତି ଏବଂ ଅନ୍ୟ କୌଣସି ପ୍ରକାର ସମସ୍ୟାରେ ପରସ୍ପରକୁ ସାହଯ୍ୟ କରିବା ପାଇଁ ଉଦ୍ଦିଷ୍ଟ ଥାଏ । ଗତ ଗୁରୁବାର ଭାରତର ୧୮୦୦ ଶିଖ ତୀର୍ଥଯାତ୍ରୀ ବୈଶାଖୀ ଉତ୍ସବ ଉପଲକ୍ଷେ ପାକିସ୍ତାନର ରାୱଲପିଣ୍ଡିସ୍ଥିତ ପଞ୍ଜା ସାହେବ ଗୁରୁଦ୍ୱାରା ଯାଇଥିଲେ । ସେଠାରେ ସେମାନଙ୍କୁ ଜରୁରୀକାଳୀନ ପ୍ରୋଟକଲ କର୍ତ୍ତବ୍ୟ ପୂରଣ କରିବାକୁ ଦିଆଯାଇ ନଥିଲା । ଏହାକୁ ନେଇ ଭାରତ ସରକାର ନିଜର ଦୃଢ ଆପତ୍ତି ଜାହିର କରିଛନ୍ତି । ବିଦେଶ ମନ୍ତ୍ରଣାଳୟ ଅନୁସାରେ ଭାରତୀୟ ଶିଖ ତୀର୍ଥଯାତ୍ରୀ ଦଳ ଅପ୍ରେଲ ୧୨ରେ ପାକିସ୍ତାନ ୱାଧା ରେଳ ଷ୍ଟେସନରେ ପହଞ୍ଚିଥିଲେ ବି ସେଠାକୁ ଭାରତୀୟ ଦୂତାବାସ ଅଧିକାରୀଙ୍କୁ ଯିବାକୁ ଦିଆଯାଇ ନଥିଲା । ଅପ୍ରେଲ ୧୪ରେ ଭାରତୀୟ ତୀର୍ଥଯାତ୍ରୀଙ୍କ ସହ ଭାରତୀୟ କୂଟନୀତିଜ୍ଞଙ୍କ ସାକ୍ଷାତକାର ବୈଠକ ଧାର୍ଯ୍ୟ ହୋଇଥିଲା । ହେଲେ ପାକିସ୍ତାନ ସରକାର ଏହି ବୈଠକ ବି କରିବାକୁ ଦେଇନଥିଲେ । ଭାରତୀୟ ଉଚ୍ଚାୟୁକ୍ତ ୟଜୟ ବିସାରିଆ ଭାରତୀୟ ତୀର୍ଥଯାତ୍ରୀଙ୍କୁ ଭେଟିବାକୁ ଶିଖ ତୀର୍ଥସ୍ଥଳକୁ ଯାଉଥିବାବେଳେତାଙ୍କ ଅଧା ବାଟରେ ତାଙ୍କ ଗାଡ଼ିକୁ ଅଟକାଇ ସୁରକ୍ଷାଗତ କାରଣ ଦର୍ଶାଇ ଫେରାଇ ଦିଆଯାଇଥିଲା । ପାକିସ୍ତାନ ଭାରତୀୟ କୂଟନୀତିଜ୍ଞଙ୍କ ସହ ଖରାପ ବ୍ୟବହାର ପ୍ରଦର୍ଶନ କରିଛି । ପାକିସ୍ତାନ ଏପରି କରି ଭିଏନା ସମ୍ମିଳନୀ ୧୯୬୧ର ଉଲ୍ଲଙ୍ଘନ କରିଛି ।

Leave A Reply