ଭାରତ ସରକାରଙ୍କୁ ଇସ୍ରାଏଲର ପ୍ରଶଂସା

ନୂଆଦିଲ୍ଲୀ : କରୋନା ମୁକାବିଲା କ୍ଷେତ୍ରରେ ଭାରତ ସରକାରଙ୍କ ପଦକ୍ଷେପକୁ ଇସ୍ରାଏଲ ପ୍ରଶଂସା କରିଛି। କରୋନା ପାଇଁ ଆନ୍ତର୍ଜାତିକ ବିମାନ ଉଡାଣ ବାତିଲ ପରେ ଭାରତରେ ୫୦୦ ଇସ୍ରାଏଲ ନାଗରିକ ଅଟକି ରହିଥିଲେ। ଇସ୍ରାଏଲର ଏହି ନାଗରିକଙ୍କୁ ଭାରତ ସରକାର ସ୍ୱତନ୍ତ୍ର ବିମାନ ଯୋଗେ ସ୍ୱଦେଶ ପଠାଇଛନ୍ତି। ଗୁରୁବାର ପ୍ରଥମ ପର୍ଯ୍ୟାୟରେ ୩୧୭ ଇସ୍ରାଏଲ ନାଗରିକଙ୍କୁ ନେଇ ଏୟାର ଇଣ୍ଡିଆ ବିମାନ ତେଲ ଆଭିଭ୍‍ ଅଭିମୁଖେ ଉଡାଣ କରିଛି। ଶୁକ୍ରବାର ୨ଟି ପର୍ଯ୍ୟାୟରେ ଆଉ ୨୦୦ ଇସ୍ରାଏଲ ନାଗରିକଙ୍କୁ ସ୍ଥାନାନ୍ତର କରାଯିବ। ଭାରତ ସରକାରଙ୍କ ଏପରି ସହଯୋଗ ପାଇଁ ନୂଆଦିଲ୍ଲୀସ୍ଥିତ ଇସ୍ରାଏଲ ରାଷ୍ଟ୍ରଦୂତ ରୋନ ମାଲକା ପ୍ରଶଂସା କରିଛନ୍ତି। ରୋନ କହିଛନ୍ତି ଯେ କରୋନା ମୁକାବିଲା ଲାଗି ଇସ୍ରାଏଲ ସରକାର ବଳିଷ୍ଠ ପଦକ୍ଷେପ ନେଉଛନ୍ତି। ଅନ୍ୟପଟେ କରୋନା ପାଇଁ ଆନ୍ତର୍ଜାତିକ ବିମାନ ଉଡାଣ ବାତିଲ ଅବଧିକୁ ଭାରତ ସରକାର ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

Comments are closed.