ପାଟନାରେ ଏସିଆର ପ୍ରଥମ ଡଲଫିନ ଗବେଷଣା କେନ୍ଦ୍ର

0

ନୂଆଦିଲ୍ଲୀ: ଜାତୀୟ ଡଲଫିନ୍‍ ଗବେଷଣା କେନ୍ଦ୍ର ଗଙ୍ଗା ନଦୀ କୂଳରେ ପ୍ରତିଷ୍ଠା କରାଯିବ। ପାଟନା ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ଏହି ଗବେଷଣା କେନ୍ଦ୍ର ପାଟନାରେ ପ୍ରତିଷ୍ଠିତ ହେବ। ଅବକ୍ଷୟମୁଖୀ ପ୍ରଜାତିର ଗାଙ୍ଗେୟ ଡଲଫିନର ସଂଖ୍ୟା କମିବାର କାରଣ ଖୋଜିବାକୁ ପାଟନାରେ ଜାତୀୟ ଡଲଫିନ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଭଳି ଗବେଷଣା କେନ୍ଦ୍ର କେବଳ ଭାରତରେ କାହିଁକି ଏସିଆରେ ପ୍ରଥମ ବୋଲି କୁହାଯାଉଛି। ଏହି ଗବେଷଣା କେନ୍ଦ୍ର ଗଙ୍ଗା ନଦୀ କୂଳରେ ନିଜ ସ୍ଥିତି ସୁଧାରିବାକୁ ଉଦ୍ୟମ କରୁଥିବା ସ୍ଥନ୍ୟପାୟୀ ପ୍ରାଣୀକୁ ସଂରକ୍ଷଣ କରିବ। ଖୁବ ଶୀଘ୍ର ଗବେଷଣା କେନ୍ଦ୍ର କାର୍ଯ୍ୟକ୍ଷମ ହେବ। ଏଥିପାଇଁ ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ସାରିଛି। ଗବେଷଣା କେନ୍ଦ୍ର ଗଙ୍ଗା ନଦୀ କୂଳରେ ହେବାକୁ ଥିବାବେଳେ ଏଥି ନିମନ୍ତେ ସ୍ଥାନ ଚିହ୍ନଟ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗବେଷଣା କେନ୍ଦ୍ର ନିର୍ମାଣରେ ବିଳମ୍ବ ହେଲେ ଏହାକୁ ଭାଗଲପୁରକୁ ସ୍ଥାନାନ୍ତର କରିଦେବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି। ତେବେ ବିଶ୍ୱବିଦ୍ୟାଳୟ କର୍ତ୍ତୁପକ୍ଷ ନବ ଚିହ୍ନଟ ସ୍ଥାନକୁ ବିଶ୍ୱବିଦ୍ୟାଳୟକୁ ସ୍ଥାନାନ୍ତର କରିବାକୁ ଚାହୁଁ ନଥିବାରୁ କାର୍ଯ୍ୟରେ ବିଳମ୍ବ ଦେଖା ଦେଇଛି।

Leave A Reply