ଚତୁର୍ଥ ଦିନ ପାଇଁ ୧୦ ଲକ୍ଷରୁ ଅଧିକ ନମୁନା ପରୀକ୍ଷା : ଭାରତର ନୂଆ ରେକର୍ଡ଼

ଏପର୍ଯ୍ୟନ୍ତ ୪ କୋଟି ୮୮ ଲକ୍ଷ ୩୧ ହଜାର ୧୪୫ଟି ନମୁନା ପରୀକ୍ଷା

ନୂଆଦିଲ୍ଲୀ : କ୍ରମାଗତ ଭାବେ ଚତୁର୍ଥ ଦିନରେ ମଧ୍ୟ ଦୈନିକ ୧୦ ଲକ୍ଷରୁ ଊର୍ଦ୍ଧ୍ବ କୋଭିଡ୍‍ ନମୁନା ପରୀକ୍ଷଣ କରି ଭାରତ ଏକ ରେକର୍ଡ ହାସଲ୍‍ କରିଛି। ଗତ ୨୪ ଘଣ୍ଟାରେ ପାଖାପାଖି ୧୧ ଲକ୍ଷ ନମୁନା ପରୀକ୍ଷଣ କରାଯାଇଛି। ଦେଶର ୧୬୫୨ଟି ପରୀକ୍ଷାଗାରରେ ଏହି ପରୀକ୍ଷଣ ହୋଇଛି।
ନମୁନା ପରୀକ୍ଷଣ କ୍ଷେତ୍ରରେ ଗତ ୫ ମାସ ମଧ୍ୟରେ ଭାରତ ବେଶ ସଫଳତା ଲାଭ କରିଛି। ଗତ ମାର୍ଚ୍ଚ ମାସ ୨୩ ତାରିଖରେ ୧୬୦ଟି ପରୀକ୍ଷାଗାରରେ ଏହି ପରୀକ୍ଷା ଆରମ୍ଭ କରାଯାଇଥିବାବେଳେ ବର୍ତ୍ତମାନ ୧୦୨୭ଟି ସରକାରୀ ଏବଂ ୬୨୫ଟି ବେସରକାରୀ ପରୀକ୍ଷାଗାରରେ କୋଭିଡ୍‍ ନମୁନା ପରୀକ୍ଷଣ କରାଯାଉଛି। ଦେଶରେ ଏପର୍ଯ୍ୟନ୍ତ ୪ କୋଟି ୮୮ ଲକ୍ଷ ୩୧ ହଜାର ୧୪୫ଟି ନମୁନା ପରୀକ୍ଷଣ ହୋଇଛି ଏବଂ ସଂକ୍ରମିତ ହାର ୮.୫ ପ୍ରତିଶତରେ ସୀମିତ ରହିଛି।

ରାଜସ୍ଥାନ, ଉତ୍ତରପ୍ରଦେଶ, ପଞ୍ଜାବ ଏବଂ ମଧ୍ୟପ୍ରଦେଶରେ ସଂକ୍ରମଣ ହାର ୫ ପ୍ରତିଶତରୁ କମ୍‍ ରହିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ବିଗତ କିଛିଦିନ ଧରି ଅଧିକ ନମୁନା ପରୀକ୍ଷଣ ସହ ଆଗୁଆ ପଦକ୍ଷେପ ସ୍ୱରୂପ ସଙ୍ଗରୋଧ ଏବଂ ହସ୍ପିଟାଲରେ ଚିକିତ୍ସା ସୁବିଧା ଉପଲବ୍ଧ ହେବା ଫଳରେ ମୃତ୍ୟୁହାର ମଧ୍ୟ ଯଥେଷ୍ଟ କମ୍‍ ରହିଛି।

Comments
Loading...