ଘରୋଇ ମାଟିରେ ଭାରତର ୧୦୦ତମ ଟେଷ୍ଟ ବିଜୟ

0

ରାଜକୋଟ : ଶନିବାର ପ୍ରଥମ ଟେଷ୍ଟ ମ୍ୟାଚରେ ୱେଷ୍ଟଇଣ୍ଡିଜ୍‍କୁ ଇନିଂସ ଓ ୨୭୨ ରନ୍‍ରେ ଭାରତ ପରାସ୍ତ କରିଛି। ଘରୋଇମାଟିରେ ଭାରତର ଏହା ୧୦୦ତମ ଟେଷ୍ଟ ବିଜୟ। ଏପରି କୃତିତ୍ୱ ହାସଲ କରିବାରେ ଭାରତ ବିଶ୍ୱର ୪ର୍ଥ ଦଳ। ପୂର୍ବରୁ ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ଘରୋଇ ମାଟିରେ ୧୦୦ କିମ୍ବା ଅଧିକ ଟେଷ୍ଟ ମ୍ୟାଚ୍‍ ଜିତି ସାରିଛନ୍ତି। ଅଷ୍ଟ୍ରେଲିଆ ୪୧୫ ଟେଷ୍ଟରୁ ୨୩୮ଟି, ଇଂଲଣ୍ଡ ୫୧୫ ଟେଷ୍ଟରୁ ୨୧୭ଟି ଓ ଦକ୍ଷିଣ ଆଫ୍ରିକା ୨୩୦ ଟେଷ୍ଟମ୍ୟାଚ୍‍ରୁ ଘରୋଇମାଟିରେ ୧୦୪ଟି ଟେଷ୍ଟମ୍ୟାଚ୍‍ ଜିତି ପାରିଛନ୍ତି। ୧୯୩୩-୩୪ରେ ସର୍ବପ୍ରଥମ ଟେଷ୍ଟ ଖେଳିଥିବା ଭାରତ ୧୯୫୨ରେ ଇଂଲଣ୍ଡ ଦଳ ବିପକ୍ଷରେ ଘରୋଇମାଟିରେ ପ୍ରଥମ ଟେଷ୍ଟମ୍ୟାଚ୍‍ ଜିତି ପାରିଥିଲା।

Leave A Reply