ସ୍ୱାଧୀନତା ଦିବସ ପାଇଁ ପ୍ୟାରେଡ଼ ଅଭ୍ୟାସ

0

ବ୍ରହ୍ମପୁର: ସ୍ୱାଧୀନତା ଦିବସ ଉପଲକ୍ଷେ ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ପ୍ୟାରେଡ଼ ଅଭ୍ୟାସ ଚାଲିଛି । ବ୍ରହ୍ମପୁର ଷ୍ଟାଡ଼ିୟମ ଠାରେ ଗତକାଲି ଠାରୁ ଆରମ୍ଭ ହୋଇଥିବା ଏହି ଅଭ୍ୟାସ ୧୩ ତାରିଖ ପର୍ୟ୍ୟନ୍ତ ଚାଲିବ । ସହରର ୪୫ ଟି ସ୍କୁଲ ଓ କଲେଜକୁ ନେଇ ଏହି ଅଭ୍ୟାସ କାର୍ୟ୍ୟକ୍ରମ ଚାଲିଛି । ଏନସିସି କ୍ୟାଡ଼େଟ, ସ୍କାଉଟ, ଗାଇଡ଼ ଓ ସିଭିଲ ଛାତ୍ରଛାତ୍ରୀଙ୍କୁ ନେଇ ଚାଲିଥିବା ଅଭ୍ୟାସ କାର୍ୟ୍ୟକ୍ରମରେ ବ୍ରହ୍ମପୁର ପୋଲିସ୍ ରିଜର୍ଭ ଇନ୍ସପେକ୍ଟର ମଧୁସୂଦନ ମହାପାତ୍ର ଓ ସହକାରୀ ଇନ୍ସପେକ୍ଟର ଜନାର୍ଦ୍ଦନ ନାୟକ ଏହି ପରେଡ଼ ପରିଚାଳନା କରୁଥିବା ବ୍ରହ୍ମପୁର ଉପଖଣ୍ଡ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave A Reply