ବେଗୁନିଆରେ ବ୍ଲକସ୍ତରୀୟ ସ୍ୱାଧୀନତା ଦିବସ ପାଳନ

ବେଗୁନିଆ: ବେଗୁନିଆ ବ୍ଲକ ନିକଟସ୍ଥ ମିନି ଷ୍ଟାଡିଅମରେ ବ୍ଲକ ସ୍ତରୀୟ ୭୪ତମ ସ୍ୱାଧୀନତା ଦିଵସ ପାଳନ ହୋଇଯାଇଛି। ସ୍ଥାନୀୟ ବିଧାୟକ ରାଜେନ୍ଦ୍ର କୁମାର ସାହୁ ପତାକା ଉତ୍ତୋଳନ କରିଥିଲେ। ଏହି ଉତ୍ସବରେ ବ୍ଲକ ଅଧ୍ୟକ୍ଷ ଜାନକୀ ସ୍ୱାଇଁ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦିପ୍ତୀରଂଜନ ସାହୁ, ପୂର୍ବତନ ଉପାଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ, ତହସିଲଦାର ବିବେକାନନ୍ଦ ପରିଡା, ବିଡ଼ିଓ ରତିକାନ୍ତ ମିଶ୍ର, ସବ ରେଜିଷ୍ଟ୍ରାର ସନାତନ ଆଚାର୍ୟ୍ୟ ପ୍ରମୁଖ ଉପସ୍ଥିତ ରହି କରୋନା କଟକଣା ଭିତରେ ପତାକା ଉତ୍ତୋଳନ କରିଥିଲେ। ସେହିପରି ସିକୋ ପଂଚାୟତର ଯୁକ୍ତଦୁଇ ଜୁନିଅର କଲେଜରେ ଅଧ୍ୟକ୍ଷ ବହାଦୁର ଖାଁ ପତାକା ଉତ୍ତୋଳନ କରିଥିବାବେଳେ ବାଳିକା ବିଦ୍ୟାଳୟରେ କବିତା ଦତ୍ତ, ଗ୍ରାମପଂଚାୟତ କାର୍ୟ୍ୟାଳୟରେ ସରପଞ୍ଚ ସୁରେଶ ସାହୁ, ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ସୁରେନ୍ଦ୍ର ବେହେରା ଏବଂ ଦଲକ ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ପ୍ରଶାନ୍ତ କୁମାର ବେହେରା ପତାକା ଉତ୍ତୋଳନ କରିଥିଲେ। ବେଗୁନିଆରେ ଅବସ୍ଥିତ ବହୁ ସରକାରୀ କାର୍ୟାଳୟରେ ମୁଖ୍ୟମାନେ ନଆସି ତଳିଆ କର୍ମଚାରୀଙ୍କ ଦ୍ୱାରା ପତାକା ଉତ୍ତୋଳନ କରିଥିବାର ଦେଖିବାକୁ ମିଳିଥିଲା।

Comments are closed.