ଲଦାଖରେ ୧୭ ହଜାର ଫୁଟ୍ ଉଚ୍ଚରେ ତ୍ରିରଙ୍ଗା ଉଡାଇଲେ ଯବାନ

ନୂଆଦିଲ୍ଲୀ : ଦେଶ ଆଜି ୭୪ ତମ ସ୍ୱାଧୀନତା ଦିବସ ପାଳନ କରିଛି। ଦେଶର ରାଜଧାନୀରୁ ଜାମ୍ମୁ କାଶ୍ମୀର ଏବଂ ଲଦାଖ ପର୍ଯ୍ୟନ୍ତ  ଉତ୍ସବର ପରିବେଶ ରହିଛି। ଲଦାଖରେ ଥିବା ଆଇଟିବିପି ଯବାନମାନେ ପାଙ୍ଗୋଙ୍ଗ ତ୍ସୋ ନଦୀ କୂଳରେ ୧୪ ହଜାର ଫୁଟ ଉଚ୍ଚରେ ତ୍ରିରଙ୍ଗା ଉଡାଇଛନ୍ତି। ଏହି ସମୟ ମଧ୍ୟରେ ଯବାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। କେବଳ ସେତିକି ନୁହେଁ, ଯବାନମାନେ ଲଦାଖରେ ୧୭ ହଜାର ଫୁଟ ଉଚ୍ଚରେ ତ୍ରିରଙ୍ଗା ମଧ୍ୟ ଉଡାଇଥିଲେ। ତ୍ରିରଙ୍ଗା ଉତ୍ତୋଳନ ସମୟରେ ସେଠାରେ ଭାରତମାତା ସ୍ଲୋଗାନ ଗୁଞ୍ଜରିତ ହୋଇଥିଲା। ଏହା ଦେଶ ପାଇଁ ଗର୍ବର ବିଷୟ ବୋଲି ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ସୂଚନାଯୋଗ୍ୟ ଯେ, ଲଦାଖରେ ଏଲଏସିକୁ ନେଇ ଭାରତ ଏବଂ ଚୀନ୍ ମଧ୍ୟରେ କିଛି ସମୟ ଧରି ବିବାଦ ଲାଗି ରହିଥିଲା। ଚୀନ୍‌ର ପ୍ରତ୍ୟେକ ପଦକ୍ଷେପର ପ୍ରତିଉତ୍ତର ଦେବା ପାଇଁ ଭାରତୀୟ ସେନା ପ୍ରସ୍ତୁତ ରହିଛି।

Comments are closed.