ସ୍ୱାଧୀନତା ଦିବସ : ତ୍ରିରଙ୍ଗା ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ପ୍ରତିବର୍ଷ ଅଗଷ୍ଟ ୧୫ ଖୁବ ଉତ୍ସାହ ଓ ଗୌରବ ସହ ପାଳନ କରାଯାଏ। କାରଣ ଏହି ୧୫ ଅଗଷ୍ଟ ୧୯୪୭ଦିନ ଭାରତ ଇଂରେଜଙ୍କ ଗୋଲାମିରୁ ମୁକ୍ତି ମିଳିଥିଲା। ସେବେ ଠାରୁ ହିଁ ଆମ ଦେଶରେ ପ୍ରତି ବର୍ଷ ୧୫ ଅଗଷ୍ଟକୁ ସ୍ୱାଧୀନତା ଦିବସ ରୂପେ ପାଳନ କରୁ। ଏହିଦିନ ଭାରତର ପ୍ରଧାନମନ୍ତ୍ରୀ ଲାଲ କିଲ୍ଲାରେ ରାଷ୍ଟ୍ରୀୟ ଧ୍ୱଜା ଉତୋଳନ କରିଥାଆନ୍ତି। ଏହିଦିନ ସମସ୍ତ ସକରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଆଦି ବନ୍ଦ ରହିଥାଏ। ମାତ୍ର ସମସ୍ତ ସ୍ଥାନରେ ପତାକା ଉତୋଳନ କରାଯାଇ ମିଷ୍ଟାନ୍ନ ବ ଣ୍ଟା ଯାଏ। ଏହି ମହାନ ଦିନ ଅବସରରେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଜାଣନ୍ତୁ। ଯାହା ହେଉଛି ଆମର ରାଷ୍ଟ୍ରୀୟ ଧ୍ୱଜା। ଏକ ସ୍ୱାଧୀନ ଦେଶର ନିଜର ଏକ ଧ୍ୱଜା ଥାଏ। ସ୍ୱାଧୀନ ଦେଶର ଏହା ହିଁ ହେଉଛି ସବୁଠାରୁ ବଡ଼ ପରିଚୟ। ବ୍ରିଟିଶଙ୍କ କବଳରୁ ୧୫ ଅଗଷ୍ଟ ୧୯୪୭ରୁ ମୁକ୍ତି ମିଳିବାର କିଛି ଦିନ ପୂର୍ବରୁ ଭାରତର ରାଷ୍ଟ୍ରୀୟ ଧ୍ୱଜାକୁ ନିର୍ବାଚନ କମିଶନରେ ୨୨ ଜୁଲାଇ ୧୯୪୭ରେ ସ୍ୱୀକାର ହୋଇଥିଲା। ଏହାପରେ ୧୫ ଅଗଷ୍ଟ ୧୯୪୭ ଠାରୁ ଏହା ହେଲା ଆମ ଧ୍ୱଜା ଯାହାକୁ କୁହାଗଲା ତ୍ରିରଙ୍ଗା। ଯାହା ନିକଟରେ ସମ୍ପୂର୍ଣ୍ଣ ରାଷ୍ଟ୍ର ଗୋଟିଏ ସୂତ୍ରରେ ବନ୍ଧା। ଏହି ତ୍ରିରଙ୍ଗା ସମସ୍ତ ଭାରତବାସୀଙ୍କ ଏକତାର ପରିଚୟ।
ପ୍ରଥମେ ଏହି ଧ୍ୱଜାର ବ୍ୟବହାର କେବଳ ସ୍ୱାଧୀନତା ପ୍ରତି ନିଜର ନିଷ୍ଠା ପ୍ରଦର୍ଶନ ପାଇଁ ବ୍ୟବହାର ହେଉଥିଲା ବେଳେ ପରେ ଏହାକୁ ରାଜନୈତିକ ବିକାଶର ପ୍ରତୀକ ମଧ୍ୟ ହେଲା।
ଜାଣନ୍ତୁ ଧ୍ୱଜାର ନାମ ତ୍ରିରଙ୍ଗା କେଉଁ କାରଣରୁ ହେଲା ;
ଆମ ଧ୍ୱଜାରେ ୩ଟି ରଙ୍ଗ ରହିଛି। ଏହି ରଙ୍ଗର ମହତ୍ୱ
ଧ୍ୱଜାର ସବୁଠାରୁ ଉପରେ କେଶରୀ ରଙ୍ଗ ରହିଛି, ଏହି ରଙ୍ଗକୁ ତ୍ୟାଗ, ବଳିଦାନ, ଶକ୍ତି, ସାହସର ପ୍ରତୀକ। ଏହି ରଙ୍ଗ ରାଷ୍ଟ୍ର ପ୍ରତି ସାହସ ଓ ନିସ୍ୱାର୍ଥ ଭାବନାକୁ ଦର୍ଶାଇଥାଏ।
ଧ୍ୱଜାର ମଧ୍ୟ ଭାଗରେ ଧଳା ରଙ୍ଗ ରହିଛି। ଏହା ସୁଖ, ଶାନ୍ତି, ଶୁଦ୍ଧତା ସତ୍ୟ,ସଚ୍ଚୋଟତାର ସନ୍ଦେଶ ଦେଇଥାଏ।
ଭାରତୀୟ ଦର୍ଶନ ଶାସ୍ତ୍ର ଅନୁଯାୟୀ, ଧଳା ରଙ୍ଗ ଜ୍ଞାନର ପ୍ରତୀକ। ଏହା ସର୍ବଦା ସତ୍ୟ ଓ ସଚ୍ଚୋଟତା ରାସ୍ତାରେ ଯିବା ପାଇଁ ପ୍ରେରିତ କରିଥାଏ।
ଭାରତ ରାଷ୍ଟ୍ରର ସମ୍ମାନର ପ୍ରତୀକ ତ୍ରିରଙ୍ଗା ଧ୍ୱଜାର ସବୁଠାରୁ ଶେଷରେ ସବୁଜ ରଙ୍ଗ ରହିଥାଏ। ଏହି ରଙ୍ଗ ବିଶ୍ୱାସ, ହସଖୁସି, ସମୃଦ୍ଧି, ପ୍ରଗତି, ବୁଦ୍ଧି ଓ ଭାଇଚାରାର ପ୍ରତୀକ। ଚକ୍ଷୁକୁ ଶାନ୍ତି ପ୍ରଦାନ କରିଥାଏ। ଯେପରି ପ୍ରକୃତି ଜୀବନର ସୂଚନା ଦେଇଥାଏ।
ଧ୍ୱଜାର ମଧ୍ୟରେ ରହିଛି ଅଶୋକ ଚକ୍ର।ଏହାସହ ଧ୍ୱଜା ଉତୋଳନ ସମୟରେ କିଛି ନିୟମ ମଧ୍ୟ ରହିଛି, ଯାହାକୁ ପାଳନ କରାଯାଏ।

Comments
Loading...