ସ୍ୱାଧୀନତାର ମୂଲ୍ୟବୋଧରେ ସୁନାର ଦେଶ ହେଉ ଭାରତ ବର୍ଷ

0

ଆଜି ଆମେ ଘରେ ବସି ଯେଉଁ ଶାନ୍ତିର ନିଶ୍ୱାସ ନେଉଛେ ତାହା କେବଳ ଆମର ପୂର୍ବପୁରୁଷ ଓ ସହସ୍ରାଧିକ ସଂଗ୍ରାମୀମାନଙ୍କ ଆତ୍ମବଳୀଦାନ ଯୋଗୁ ସମ୍ଭବ ହୋଇଛି। ବହୁ କଷ୍ଟରେ ଆମକୁ  ଏହି ସ୍ୱାଧୀନତା ପ୍ରାପ୍ତ ହୋଇଛି ,ତେଣୁ ଆମର ପ୍ରମୁଖ କର୍ତ୍ତବ୍ୟ ହେଉଛି ଆମେ ଏହାର ବାସ୍ତବତାକୁ ବୁଝିବା। ଏହି ସ୍ୱାଧୀନତା ଦିବସରେ ଆମେ ‘ତ୍ରିରଙ୍ଗା’ ରଙ୍ଗର ନିଆରା ବା ବିଶେଷତ୍ୱକୁ ଅନୁଭବ କରିବା ଆବଶ୍ୟକ। ସ୍ୱତନ୍ତ୍ରତାର ଅର୍ଥ କେବଳ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ନୁହେଁ, ଆମକୁ ସଂକଳ୍ପ କରିବାକୁ ହେବ ଯେ ଆମେ ଆମ ଦେଶକୁ ବିକାଶର ଉଚ୍ଚ ଯେପରି  ଉଚ୍ଚ ପର୍ବତ ଭାବେ ହିମାଳୟର ଶିଖର, ସେହିପରି ଆମ ଦେଶର ବିକାଶ ବହୁ ଉଚ୍ଚକୁ ନେବାକୁ ହେବ। ଏହାର ବିକାଶ ଯେତେ ଅଧିକ ହେବ ଏହା ସୁନାର ଚଢେଇ ସଦୃଶ ମନେ ହେବ। ତେବେ ଯାଇ ଆମ ପାଇଁ  ନିଜକୁ ତଥା ନିଜ ଜୀବନକୁ ତ୍ୟାଗ କରିଥିବା ମହାପୁରୁଷ ଓ ଶହୀଦ ମାନଙ୍କ ମହତ୍ତ୍ୱ ଚିର ଦିନ ଅମର ଏବଂ ସଦୃଢ ରହିବ।

Leave A Reply