ମହିଳା ଦିନିକିଆ ବିଶ୍ବକପ୍‌: ମାର୍ଚ୍ଚ ୬ରେ ଭାରତ-ପାକ୍ ମୁକାବିଲା

ଦୁବାଇ: ନ୍ୟୁଜିଲାଣ୍ଡରେ ୨୦୨୨ ମାର୍ଚ୍ଚ ୪ରୁ ମହିଳା ଦିନିକିଆ ବିଶ୍ବକପ୍‌ ଖେଳାଯିବ। ବୁଧବାର ଏହି ବିଶ୍ବକପ୍‌ର ଖେଳସୂଚୀ ପ୍ରକାଶ ପାଇଛି। ଏହି ବିଶ୍ବକପ୍‌ରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ଭାରତ ମାର୍ଚ୍ଚ ୬ରେ ପ୍ରଥମ ମ୍ୟାଚ୍‌ ଖେଳିବ। ବିଶ୍ବକପ୍‌ରେ ମୋଟ ୧୬ଟି ଦଳ ଖେଳିବେ। ସେମାନଙ୍କୁ ୨ଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି। ମୋଟ ୩୧ ଦିନରେ ୩୧ଟି ମ୍ୟାଚ୍‌ ଖେଳାଯିବ। ମାର୍ଚ୍ଚ ୩୦ ଓ ୩୧ରେ ୨ଟି ସେମିଫାଇନାଲ ଏବଂ ଏପ୍ରିଲ ୩ରେ ଫାଇନାଲ ମ୍ୟାଚ୍‌ ଖେଳାଯିବ। ମହିଳା ଦିନିକିଆ ବିଶ୍ବକପ୍‌ର ଶେଷ ସଂସ୍କରଣରେ ଭାରତ ଉପବିଜେତା ହୋଇଥିଲା। ମାର୍ଚ୍ଚ ୬ରେ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳିବା ପରେ ଭାରତ ତା’ର ବାକି ୬ଟି ଲିଗ୍‌ ମ୍ୟାଚ୍‌ ମାର୍ଚ୍ଚ ୧୦ରେ ଆୟୋଜକ ନ୍ୟୁଜିଲାଣ୍ଡ, ୧୨ରେ ୱେଷ୍ଟଇଣ୍ଡିଜ୍‌, ୧୬ରେ ଇଂଲଣ୍ଡ, ୧୯ରେ ଅଷ୍ଟ୍ରେଲିଆ, ୨୨ରେ ବାଂଲାଦେଶ ଏବଂ ୨୭ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ।

Comments are closed.