ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆ: ଇଂଲଣ୍ଡକୁ ୬୬ ରନ୍‌ରେ ହରାଇଲା ଭାରତ

ଦିନିକିଆ ସିରିଜ୍‌ରେ ବିଜୟରୁ ଭାରତର ଅଭିଯାନ ଆରମ୍ଭ

ପୁଣେ: ଟେଷ୍ଟ୍ ଓ ଟ୍ବେଣ୍ଟି-୨୦ ଶୃଙ୍ଖଳାର ରୋମାଞ୍ଚଭରା ମୁକାବିଲା ପରେ ଆଜିଠାରୁ ଭାରତ ଓ ଇଂଲଣ୍ଡ ଏକଦିବସୀୟ ଲଢ଼େଇରେ ଅବତୀର୍ଣ୍ଣ ହୋଇଛନ୍ତି। ଆଜି ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ମଧ୍ୟରେ ଏକଦିବସୀୟ ଲଢ଼େଇରେ ଇଂଲଣ୍ଡକୁ ପରାଜୟର ସ୍ବାଦ ଚାଖିବାକୁ ପଡ଼ିଛି। ଦିନିକିଆ ସିରିଜ୍‌ରେ ବିଜୟରୁ ଭାରତର ଅଭିଯାନ ଆରମ୍ଭ ହୋଇଛି। ପୁନେ ଦିନିକିଆରେ ଇଂଲଣ୍ଡକୁ ୬୬ରନ୍‌ରେ ହରାଇଲା ଭାରତ। ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ଭାରତ ୧-୦ରେ ଆଗୁଆ। ଭାରତ ନିର୍ଦ୍ଧାରିତ ୫୦ ଓଭର ଖେଳି ୫ ୱିକେଟ୍‌ ବିନିମୟରେ ୩୧୭ ରନ୍‌ କରିଥିଲା। ଅପରପକ୍ଷରେ ଭ୍ରମଣକାରୀ ଇଂଲଣ୍ଡ ଦଳ ୪୨.୧ ଓଭରରେ ସମସ୍ତ ୧୦ ୱିକେଟ୍‌ ହରାଇ ୨୫୧ ରନ୍‌ କରିଥିଲା।


ଇଂଲଣ୍ଡ ଅଧିନାୟକ ଇଅନ ମୋର୍ଗାନ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ଗତ ଥର ପରି ଏହି ମ୍ୟାଚରେ ବି ଭାରତ ପ୍ରଥମେ ବ୍ୟାଟିଂ କରିଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ୫ ୱିକେଟ୍‌ ବିନିମୟରେ ୩୧୭ ରନ୍‌ କରିବାରେ ସଫଳ ହୋଇଥିଲା ଏବଂ ପ୍ରଥମ ଏକ ଦିବସୀୟ ମ୍ୟାଚ୍‌ ଜିତିବା ପାଇଁ ଇଂଲଣ୍ଡକୁ ୩୧୮ ରନ୍‌ର ଟାର୍ଗେଟ୍‌ ଦେଇଥିଲା ଭାରତ।
ରୋହିତ ଶର୍ମା ଓ ଶିଖର ଧାୱାନ ଓପନିଂ କରିଥିଲେ। ୪୨ ବଲ୍‌ରେ ୪ଟି ଚୌକା ସହିତ ରୋହିତ ଶର୍ମା ୨୮ ରନ କରିବା ପରେ ଆଉଟ ହୋଇଥିଲେ। ଏହାପରେ ଶିଖର ଧାୱନ ଓ ବିରାଟ କୋହଲିଙ୍କ ଦମ୍‌ଦାର ବ୍ୟାଟିଂ ଦେଖିବାକୁ ମିଳିଥିଲା। ଶିଖର ଧାୱନ ୨ଟି ଛକା ଓ ୧୧ଟି ଚୌକା ସହିତ ୯୮ରନ୍‌ କରି ଅର୍ଦ୍ଧ ଶତକ ହାସଲରୁ ବଞ୍ଚିତ ହୋଇଥିଲେ। ବିରାଟ କୋହଲି ଅର୍ଦ୍ଧଶତକ କରିବା ପରେ ୫୬ ରନ କରି ଆଉଟ ହୋଇଥିଲେ। ଶ୍ରେୟାସ ଆୟର ୬ରନ କରି ଆଉଟ ହୋଇଥିବା ବେଳେ ହାର୍ଦିକ ପାଣ୍ଡ୍ୟା ୧ ରନ କରି ବେନ ଷ୍ଟୋକ୍ସଙ୍କ ବଲରେ ଆଉଟ ହୋଇଥିଲେ। କ୍ରୁନାଲ ପାଣ୍ଡ୍ୟା ଓ ରାହୁଲ ଶେଷ ଓଭର ପର୍ଯ୍ୟନ୍ତ ରହି ବିସ୍ଫୋରକ ବ୍ୟାଟିଂ କରିଥିଲେ। କ୍ରୁନାଲ ୩୧ ବଲରେ ୫୮ ରନ୍ ଓ ରାହୁଲ ୪୩ ବଲରେ ୬୧ ରନ କରି ଅପରାଜିତ ରହିଥିଲେ। ଏଥର କ୍ରୁନାଲ ପାଣ୍ଡ୍ୟା ଓ ପ୍ରସିଦ୍ଧ କ୍ରିଷ୍ଣା ଏକଦିବସୀୟ ଡେବ୍ୟୁ କରିଛନ୍ତି। କ୍ରିନାଲ୍‌ ପାଣ୍ଡ୍ୟା ୨ଟି ଛକା ଓ ୭ଟି ଚୌକା ସହ ୫୮ ରନ୍‌ କରି ନଟ୍‌ଆଉଟ୍‌ ରହିଥିଲେ। ଇଂଲଣ୍ଡ ପକ୍ଷରୁ ବେନ ଷ୍ଟୋକ୍ସ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ମାର୍କ ଉଡ୍‌ ୨ଟି ୱିକେଟ ଅକ୍ତିଆର କରିଥିଲେ।

Comments are closed.