୨ୟ ଟି -୨୦ : ନ୍ୟୁଜିଲାଣ୍ଡକୁ ୭ ୱିକେଟରେ ହରାଇ ଭାରତ ୨-୦ରେ ଆଗୁଆ

ଅକଲାଣ୍ଡ : ୨ୟ ଟି -୨୦ରେ ନ୍ୟୁଜିଲାଣ୍ଡକୁ ୭ ୱିକେଟରେ ଭାରତ ପରାସ୍ତ କରିଛି । ଏହି ବିଜୟ ସହିତ ଭାରତ ୨-୦ରେ ସିରିଜରେ ଅଗ୍ରଣୀ ଲାଭ କରିଛି । କେଏଲ ରାହୁଲଙ୍କ ଅର୍ଦ୍ଧଶତକ ଓ ଶ୍ରେୟସ ଆୟାରଙ୍କ ୪୪ରନ ବଳରେ ଭାରତ ଏହି ସହଜ ବିଜୟ ହାସଲ କରିଛି । କେଏଲ ରାହୁଲ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଛନ୍ତି।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୨୦ ଓଭରରେ ୫ ୱିକେଟ ହରାଇ ୧୩୨ ରନ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଗୁପଟିଲ ଓ ସିଫରର୍ଟ ସର୍ବାଧିକ ୩୩ରନ ଲେଖାଁଏ ସଂଗ୍ରହ କରିଥିଲେ । ୧୩୩ରନର ସହଜ ବିଜୟ ଳକ୍ଷ୍ୟର ପିଛା କରି ଭାରତ କେଏଲ ରାହୁଲଙ୍କ ଅପାରଜିତ ଅର୍ଦ୍ଧଶତକ(୫୭) ଓ ଶ୍ରେୟସ ଆୟାରଙ୍କ ୪୪ରନ ବଳରେ ୧୭.୩ ଓଭରରେ ୧୩୫ ରନ କରି ମ୍ୟାଚ ଜିତି ନେଇଥିଲା।

୨୯ ତାରିଖରେ ସିରିଜର ୩ୟ ଟି-୨୦ ମ୍ୟାଚ ହାମିଲଟନଠାରେ ଖେଳାଯିବ।

Comments are closed.