ନାପିଏର ଦିନିକିଆ : ଶିଖର ଧାଓ୍ଵନଙ୍କ ଅର୍ଦ୍ଧଶତକ, ଭାରତ ୮ ଓ୍ଵିକେଟରେ ବିଜୟୀ

0

ନାପିଏର: ଭାରତୀୟ କ୍ରିକେଟ୍‌ ଦଳ ବୁଧବାର ନ୍ୟୁଜିଲ୍ୟାଣ୍ଡର  ନାପିଏର ଠାରେ ପାଞ୍ଚଟିକିଆ ଦିନିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ଶିଖର ଧାଓ୍ଵନଙ୍କ ଅର୍ଦ୍ଧଶତକ(୭୫ ରନ୍‌)  ଓ ବିରାଟ କୋହଲିଙ୍କ ଉପଯୋଗୀ ୪୫ ରନ୍‌ ସହାୟତାରେ ବିଜୟୀ ହୋଇଛି। ନ୍ୟୁଜିଲାଣ୍ଡ ଦ୍ୱାରା ଧାର୍ଯ୍ୟ ୧୫୬ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୪୩.୪ ଓଭରରେ ମାତ୍ର ଦୁଇ ଓ୍ଵିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ତେବେ କୋହଲି ଓ ଧାଓ୍ଵନଙ୍କ ଯୋଡ଼ି ୯୧ ରନ୍‌ର ପାର୍ଟନରସିପ୍‌ କରିଥିବା ବେଳେ କୋହଲି ଏକ ପୁଲ ସର୍ଟ ମାରିବାକୁ ଯାଇ ଆଉଟ୍‌ ହେବା ସହିତ ମାତ୍ର ୫ ରନ୍‌ ପାଇଁ ଆଉ ଏକ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିହେଲ। ତେବେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ସମସ୍ତ ଓ୍ଵିକେଟ ହରାଇ ୧୫୭ ରନ୍‌ କରିଥିଲେ ମଧ୍ୟ ଖେଳକୁ ୧ ଓଭର କମ୍‌ କରାଯାଇ ଭାରତ ସମ୍ମୁଖରେ ୧୫୬ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିିଲା।

 

Leave A Reply