ଭାରତ ସିରିଜକୁ ଫେରିବା ପାଇଁ ଟାର୍ଗେଟ ୨୭୪ ରନ

ଅକଲାଣ୍ଡ : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଶନିବାର ଅକଲାଣ୍ଡର ଇଡେନ ପାର୍କରେ ଦ୍ୱିତୀୟ ଦିନିକିଆ ଆରମ୍ଭ ହୋଇଯାଇଛି। ଭାରତ ଏହି ମ୍ୟାଚ ଜିତି ସିରିଜକୁ ଫେରିବା ଲକ୍ଷରେ ରହିଛି। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଘରୋଇ ନ୍ୟୁଜିଲାଣ୍ଡ ଦଳ ବ୍ୟାଟିଂ  କରି ୮ ଓ୍ବିକେଟ ହରାଇ ୫୦ ଓଭରରେ  ୨୭୩ ରନ କରିବାରେ ସକ୍ଷମ ହୋଇଛି।

ଭାରତୀୟ ବୋଲରଙ୍କ ପକ୍ଷରୁ ଚହଲ ୩ଟି , ସର୍ଦୁଲ ଠାକୁର ୨ଟି  ଓ ନବଦୀପ ସାଇନି ଗୋଟିଏ ଲେଖାଏଁ ୱିକେଟ ନେବାରେ ସଫଳ ହୋଇଥିଲେ। ମାର୍ଟିନ ଗୁପତିଲ (୭୯), ଟମ ବ୍ଲଣ୍ଡେଲ (୨୨), ହେନେରୀ ନିକୋଲ୍ସ (୪୧), ଟମ ଲାଥମ ( ୭୦), ଜିମ୍ମୀ ନୀଶମ ( ୩), କଲିନ ଡି ଗ୍ରାଣ୍ଡ ହୋମ ( ୫) ଓ ମାର୍କ ଚାପମ୍ୟାନ ( ୧ ), ଟିମ ସାଉଦି (୩) ରନ କରି ଆଉଟ ହୋଇଥିବାବେଳେ ରସ ଟେଲର ଓ କେଲି ଜାମିସନ ଶେଷ ପର୍ଯ୍ୟନ୍ତ ଲଢୁଆ ବ୍ୟାଟିଂ ଜାରି ରଖି ଦଳୀୟ ସ୍କୋରକୁ ୨୭୩ ପହଞ୍ଚାଇଥିଲେ। ରସ ଟେଲର ୭୩ ରନ ସଂଗ୍ରହ କରିଥିବାବେଳେ  କେଲି ଜାମିସନ ୨୫ ରନ କରିଥିଲେ।

Comments are closed.