ହାମିଲଟନ୍ ଟି-୨୦ : ସୁପର ବିଜୟ ସହ ଭାରତ ୩-୦ରେ ସିରିଜ ବିଜୟୀ

ହାମିଲଟନ୍ : ନ୍ୟୁଜିଲାଣ୍ଡ ବିପକ୍ଷରେ ୩ୟ ଟି-୨୦ରେ ଭାରତ ଏକ ରୋମାଞ୍ଚକର ବିଜୟ ହାସଲ କରିଛି । ସୁପର ଓଭରରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି  ଭାରତ ୩-୦ରେ ଟି-୨୦ ସିରିଜ ବିଜୟୀ ହୋଇଛି।

ନିର୍ଦ୍ଧାରିତ ୨୦ ଓଭରରେ ସମାନ ସ୍କୋର ଯୋଗୁଁ ମ୍ୟାଚ ଟାଏ ହୋଇଥିଲା । ଶେଷରେ ସୁପର ଓଭରରେ ମ୍ୟାଚର ଫଳାଫଳ ନିଣ୍ଣୟ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ପ୍ରଥମ ସୁପର ଓଭରରେ ନ୍ୟୁଜିଲାଣ୍ଡ ୧୭ ରନ କରି ଭାରତ ପାଇଁ ୧୮ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ତେବେ ଭାରତ ୨୦ ରନ କରି ବିଜୟ ହାସଲ କରିଛି।

ପୂର୍ବରୁ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୭୯ ରନ ସଂଗ୍ରହ କରିଥିଲା । ୧୮୦ ରନ୍ ବିଜୟ ଲକ୍ଷ୍ୟର ପିଛା କରି ନ୍ୟୁଜିଲାଣ୍ଡ ୬ ୱିକେଟ ହରାଇ ୧୭୯ ରନ ସ୍କୋର କରିଥିଲା । ତେଣୁ ମ୍ୟାଚ ଟାଏ ହେବାପରେ ସୁପର ଓଭରର ସାହାଯ୍ୟ ନିଆଯାଇଥିଲା।

ଭାରତ ପକ୍ଷରୁ ରୋହିତ ଶର୍ମା ସର୍ବାଧିକ ୬୫ ରନ କରିଥିବା ବେଳେ ସୁପର ଓଭରର ଶେଷ ବଲରେ ଛକା ମାରି ଦଳ ପାଇଁ ବିଜୟ ଆଣି ଦେଇଥିଲେ । ଭାରତୀୟ ଇନିଂସରେ କୋହଲି ୩୮ ରନର ଯୋଗଦାନ ଦେଇଥିଲେ । ରୋହିତ ଶର୍ମାଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ ଭାବେ ଘୋଷଣା କରାଯାଇଛି। ନ୍ୟୁଜିଲାଣ୍ଡ ପକ୍ଷରୁ କେ.ଏସ ୱଲିୟମସନ୍ସ ସର୍ବାଧିକ ୯୫ ରନ୍ ସଂଗ୍ରହ କରିଥିଲେ। ସିରିଜର ୪ର୍ଥ ଟି-୨୦ ଶୁକ୍ରବାର ୱିଲିଙ୍ଗଟନ ଠାରେ ଖେଳାଯିବ।

Comments are closed.