୨ୟ ଦିନିକିଆ : ନ୍ୟୁଜିଲାଣ୍ଡକୁ ୯୦ ରନରେ ପରାସ୍ତ କଲା ଭାରତ

0

ମାଉଣ୍ଟ ମୌଙ୍ଗାନୁଇ : ୨ୟ ଦିନିକିଆରେ ନ୍ୟୁଜିଲାଣ୍ଡକୁ ଭାରତ ୯୦ ରନରେ ପରାସ୍ତ କରିଛି। ଫଳରେ ଭାରତ ୨-୧ରେ ସିରିଜରେ ଅଗ୍ରଣୀ ଲାଭ କରିଛି। ଭାରତ ପକ୍ଷରୁ ଧାର୍ଯ୍ୟ ୩୨୫ ରନ ବିଜୟ ଲକ୍ଷ୍ୟର ପିଛା କରି ନ୍ୟୁଜିଲାଣ୍ଡ ୪୦.୨ ଓଭରରେ ସମସ୍ତ ୱିକେଟ ହରାଇ ୨୩୪ରନ କରିବାକୁ ସକ୍ଷମ ହୋଇଥିଲା। ବିଜୟ ଭାରତ ପକ୍ଷରୁ ଧାର୍ଯ୍ୟ ତିନି ଶହରୁ ଅଧିକ ରନର ବିଜୟ ଲକ୍ଷ୍ୟ ହାସଲ କରିବା ନ୍ୟୁଜିଲାଣ୍ଡ ପାଇଁ ସହଜସାଧ୍ୟ ନ ଥିଲା। ତେବେ ଦଳର କୌଣସି ବ୍ୟାଟସମ୍ୟାନ  ମଧ୍ୟ ବଡ଼ ପାଳି ଖେଳି ପାରି ନ ଥିଲେ। ଦଳ ପକ୍ଷରୁ କେବଳ ବ୍ରାସୱେଲ ସର୍ବାଧିକ ୫୭ ରନ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟସମ୍ୟାନ ଅଧିକ ରନ କରିବାକୁ ସକ୍ଷମ ହୋଇ ନ ଥିଲେ। ଭାରତ ପକ୍ଷରୁ କୁଲଦୀପ ଯାଦବ ସର୍ବାଧିକ ୪ଟି ୱିକେଟ ହାସଲ କରିଥିବା ବେଳେ ଚହଲ ଏବଂ ଭୁବନେଶ୍ବର କୁମାର ୨ଟି ଲେଖାଁଏ ୱିକେଟ ହାସଲ କରିଥିଲେ।

ପୂର୍ବରୁ  ଭାରତ  ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ଭାରତ ୫୦ ଓଭର୍‌ରେ ୪ ଓ୍ୱିକେଟ୍‌ ବିନିମୟରେ  ୩୨୪ ରନ୍‌ କରିଥିଲା । ରୋହିତ୍‌ ଶର୍ମା ୮୭ ରନ୍‌ କରିଥିବା ବେଳେ ଶିଖର ଧଓ୍ୱନ ୬୬ ରନ୍‌ ବିରାଟ କୋହଲି ୪୩, ଅମ୍ବାତି ରାୟୁଡୁ ୪୭ ଏବଂ ଧୋନୀ ୪୮ ରନ୍‌ ଓ କେଦାର ଯାଦବ ୨୨ ରନ୍‌ କରିଥିଲେ। ରୋହିତ୍‌ ଶର୍ମାଙ୍କୁ ’ପ୍ଲେୟାର ଅଫ ଦ ମ୍ୟାଚ’ ବିବେଚନା କରାଯାଇଛି।

ତେବେ ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ କ୍ରିକେଟ ଦଳ ତା’ର ଭଲ ପ୍ରଦର୍ଶନ ଜାରିରଖିଛି। ପ୍ରଥମ ଦିନିକିଆ ମ୍ୟାଚ୍‌କୁ ସହଜରେ ଜିତିଥିବା ଭାରତ  ୨ୟ ଦିିନିକିଆକୁ ଜିତି ବିଜୟଧାରା ବଜାୟ ରଖିଛି।  ୩ୟ ଦିନିକିଆ ପରେ ବିରାଟ କୋହଲି ସ୍ବଦେଶ ଫେରିବା ପୂର୍ବରୁ ଭାରତ ସିରିଜ୍ ବିଜୟ ନିଶ୍ଚିତ କରିବାକୁ ଚାହେଁ। ତେଣୁ ଶନିବାର ୨ୟ ଦିନିକିଆ ଜିତି  ଭାରତ ଏହି ଦିଗରେ ଆଉ ପାଦେ ସଫଳତା ହାସଲ କରିଛି ।

ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ୩ୟ ଦିନିକିଆ ଆସନ୍ତା ୨୮ ତାରିଖରେ ଖେଳାଯିବ।

 

Leave A Reply