୧୦୦୦ତମ ଟେଷ୍ଟମ୍ୟାଚ୍‍ ଖେଳିବ ଇଂଲଣ୍ଡ

0

ଲଣ୍ଡନ : ଅଗଷ୍ଟ ୧ରୁ ଘରୋଇ ଇଂଲଣ୍ଡ ବିରୋଧରେ ଭାରତ ପ୍ରଥମ ଟେଷ୍ଟମ୍ୟାଚ୍‍ ଖେଳିବ। ଏହି ମ୍ୟାଚ୍‍ କେବଳ ଇଂଲଣ୍ଡ ପାଇଁ ନୁହେଁ; କ୍ରିକେଟ ଦୁନିଆ ପାଇଁ ଐତିହାସିକ ହେବ। ବିଶ୍ୱର ପ୍ରଥମ ଦଳ ଭାବେ ଇଂଲଣ୍ଡ ୧୦୦୦ତମ ଟେଷ୍ଟମ୍ୟାଚ୍‍ ଖେଳିବ। ଇଂଲଣ୍ଡ ଅଦ୍ୟାବଧି ୯୯୯ଟି ଟେଷ୍ଟମ୍ୟାଚ୍‍ ଖେଳି ୩୫୭ଟି ଜିତିଛି, ୨୯୭ଟି ହାରିଛି ଏବଂ ୩୪୫ଟି ଟେଷ୍ଟମ୍ୟାଚ୍‍ ଡ୍ର ରଖିଛି।

୧୮୭୭ରେ ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ମେଲ୍‍ବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଇଂଲଣ୍ଡ ତା’ର ସର୍ବପ୍ରଥମ ଟେଷ୍ଟମ୍ୟାଚ୍‍ ଖେଳିଥିଲା। ଇଂଲଣ୍ଡର ୯୯୯ଟି ଟେଷ୍ଟମ୍ୟାଚ୍‍ ପଛକୁ ୨ୟ ସ୍ଥାନରେ ଥିବା ଅଷ୍ଟ୍ରେଲିଆ ୮୧୨ଟି ଟେଷ୍ଟମ୍ୟାଚ୍‍ ଖେଳିଛି। ୩ୟ ସ୍ଥାନରେ ଥିବା ୱେଷ୍ଟଇଣ୍ଡିଜ୍‍ ୫୩୫ଟି ଟେଷ୍ଟମ୍ୟାଚ୍‍ ଖେଳିଥିବା ବେଳେ ୫୨୨ଟି ଟେଷ୍ଟମ୍ୟାଚ୍‍ ଖେଳି ଭାରତ ୪ର୍ଥ ସ୍ଥାନରେ ରହିଛି। ଏହି ୫୨୨ଟି ଟେଷ୍ଟରୁ ଭାରତ ୧୪୫ଟି ଜିତିଛି; ୧୬୦ଟି ହାରିଛି, ୨୧୬ଟି ଡ୍ର ରହିଛି ଏବଂ ଗୋଟିଏ ଟେଷ୍ଟମ୍ୟାଚ୍‍ ଟାଇ ଭାବେ ଶେଷ ହୋଇଛି।

Leave A Reply