ପ୍ରଥମ ଦିନିକିଆ; ଭାରତର ବ୍ୟାଟିଂ ଆରମ୍ଭ

ପୁଣେ: ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ମଙ୍ଗଳବାର ଆରମ୍ଭ ହୋଇଛି। ଟିମ୍‌ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୬ ଓଭରରେ ୧୫ ରନ୍‌ ସଂଗ୍ରହ କରିଛି। ରୋହିତ ଶର୍ମା ଏବଂ ଶିଖର ଧୱନ ଇନିଂସ ଓପନ୍‌ କରିଥିବାବେଳେ ଯଥାକ୍ରମେ ୮ ଓ ୭ ରନ୍‌ରେ ଅପରାଜିତ ରହିଛନ୍ତି।

ଭ୍ରମଣକାରୀ ଇଂଲଣ୍ଡ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପୁଣେରେ ଏହି ମ୍ୟାଚ ଜାରି ରହିଛି। ପୂର୍ବରୁ ଟିମ୍‌ ଇଣ୍ଡିଆ ଟେଷ୍ଟ ଏବଂ ଟି-୨୦ ସିରିଜରେ ବିଜୟୀ ହୋଇଥିବାବେଳେ ଦିନିକିଆ ସିରିଜ ହାତେଇ କ୍ଲିନ ସୁଇପ୍‌ ଲକ୍ଷ୍ୟରେ ରହିଛି। ଅନ୍ୟପଟେ ଇଂଲଣ୍ଡ ଦିନିକିଆ ସିରିଜ ଜିତି ସମ୍ମାନ ରକ୍ଷା ପାଇଁ ଲକ୍ଷ୍ୟ ରଖିଛି।

Comments are closed.