ବ୍ରିସବେନ୍ ଟେଷ୍ଟ୍‍ : ପ୍ରଥମ ଦିନରେ ଅଷ୍ଟ୍ରେଲିଆ ୨୭୪/୫

ବ୍ରିସବେନ : ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବ୍ରିସବେନରେ ଶୁକ୍ରବାରଠାରୁ ଚଳିତ ସିଜିନ୍‍ର ଚତୁର୍ଥ ତଥା ଅନ୍ତିମ ଟେଷ୍ଟ୍‍ ମ୍ୟାଚ୍‍ ଆରମ୍ଭ ହୋଇଛି। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୫ ୱିକେଟରେ ହରାଇ ୨୭୪ ରନ୍ ସଂଗ୍ରହ କରିଛି।

ପ୍ରଥମେ ଟସ୍‍ ଜିତି ଅଷ୍ଟ୍ରେଲିଆ ବ୍ୟାଟିଂ ଆରମ୍ଭ କରିଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ମର୍ନୁସ ଲାବୁଛାଗ୍ନେ ୧୦୮ରନ୍‍ କରିଥିବାବେଳେ ଷ୍ଟିପେନ୍‍ ସ୍ମିଥ୍‍ ୩୬ ଓ ମାଥ୍ୟୁ ୱେଡ୍‍ ୪୫ ରନ୍‍ କରିଛନ୍ତି। କାମରନ୍‍ ଗ୍ରୀନ୍‍ ୨୮ ଓ ଅଧିନାୟକ ଟିମ୍‍ ପାନେ ୩୮ ରନ୍‍ କରି ଅପରାଜିତ ଅଛନ୍ତି।

ଭାରତ ପକ୍ଷରୁ ଟି. ନଟରାଜନ୍ ୨ଟି ୱେିକଟ୍‍ ନେଇଥିବା ବେଳେ ମହମ୍ମଦ ସିରାଜ୍‍, ସାର୍ଦୁଳ ଠାକୁର ଓ ୱାଶିଂଟନ୍‍ ସୁନ୍ଦର ଗୋଟିଏ ଲେଖାଏଁ ୱିକେଟ୍‍ ଅକ୍ତିଆର କରିଛନ୍ତି। ଏହି ଚାରିଟିକିଆ ସିରିଜରେ ଉଭୟ ଦେଶ ଗୋଟିଏ ଲେଖାଏଁ ମ୍ୟାଚ୍‍
ଜିତିଥିବା ବେଳେ ତୃତୀୟ ମ୍ୟାଚ୍‍ ଅମୀମାଂସିତ ଭାବେ ଶେଷ ହୋଇଥିଲା।

Comments are closed.