MEllora 950×100

ଭାରତ-ଅଷ୍ଟ୍ରେଲିଆ ଦିବାରାତ୍ର ଟେଷ୍ଟର ପ୍ରଥମ ଦିନ : ଭାରତ ୨୩୩/୬

ଆଡିଲେଡ୍ : ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଗୁରୁବାର ଆରମ୍ଭ ହୋଇଥିବା ପ୍ରଥମ ଦିବାରାତ୍ର ଟେଷ୍ଟର ପ୍ରଥମ ଦିନରେ ଭାରତ ୬  ୱିକେଟ୍ ହରାଇ ୨୩୩ ରନ୍ ସ୍କୋର କରିଛି। ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ଅଧିନାୟକ ବିରାଟ କୋହଲି ୭୪ ରନ୍ କରିଥିଲେ ଏବଂ ଚେତେଶ୍ୱର ପୂଜାରା ଭାରତ ପାଇଁ ୪୩ ରନ୍ ସଂଗ୍ରହ କରିଥିଲେ। ପ୍ରଥମ ଦିନର ଖେଳ ଶେଷରେ ଋଦ୍ଧିମାନ ସାହା ୯ ରନ୍ କରି ଖେଳୁଥିଲେ ଏବଂ ଆର. ଅଶ୍ୱିନ ୧୫ ରନ୍ ସଂଗ୍ରହ କରିଥିଲେ। ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ସର୍ବାଧିକ ୧୨୬ ରନ୍ ସ୍କୋର ହୋଇଥିଲା। କିନ୍ତୁ ଟିମ୍ ଇଣ୍ଡିଆ ମଧ୍ୟ ଏହି ୩୪ ଓଭରରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ହରାଇଥିଲା।

 

Comments are closed.