ବଢ଼ୁଛି ଯମଜଙ୍କ ସଂଖ୍ୟା

ଯାଆଁଳା ଶିଶୁଙ୍କୁ ଦେଖିଲେ ଖୁସି ଲାଗେ, ସେମାନଙ୍କ ଭିତରେ ଥିବା ସମାନତାକୁ ଦେଖିବା ହିଁ ଆମର ପ୍ରଥମ ଆକର୍ଷଣ। ୨୦୧୯ରେ ହୋଇଥିବା ସର୍ବେକ୍ଷଣ ଅନୁସାରେ, ଗତ ୭୫ ବର୍ଷ ମଧ୍ୟରେ ଯମଜ ସନ୍ତାନ ଜନ୍ମ ସଂଖ୍ୟା ବୃଦ୍ଧି ପାଇଛି। ୧୯୩୦-୪୦ ସମୟର ଆମେରିକାର ନାମୀ ଚିକିତ୍ସାଳୟର ରେକର୍ଡ ଅନୁଯାୟୀ, ସେତେବେଳେ ଆଜି ପରି ଉନ୍ନତମାନର ସୁବିଧା ନଥିଲା। ଯୋଡ଼ା ଶିଶୁ ଗର୍ଭଧାରଣ କରିଥିବା ମହିଳାମାନେ ପ୍ରସବ ସମୟରେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଥିଲେ, ଯେପରି ଶିଶୁ ଗର୍ଭରେ ପ୍ରାଣ ହରାଇବା, ପ୍ରସବବେଳେ ମା’ର ମୃତ୍ୟୁ ହେବା ଇତ୍ୟାଦି। କେତେଜଣ ଗର୍ଭବତୀ ପ୍ରସବ ପର୍ଯ୍ୟନ୍ତ ଜାଣୁନଥିଲେ ଯେ ସେମାନେ ଯମଜ ସନ୍ତାନ ଗର୍ଭଧାରଣ କରିଛନ୍ତି। ଅନେକ ପ୍ରକାର ଅବହେଳା କାରଣରୁ ହିଁ ଯମଜ ପିଲା ପ୍ରାଣ ହରାଉଥିଲେ। ଆଜିର ସମୟରେ ସବୁ ପ୍ରକାର ଉନ୍ନତ ସୁବିଧା ଉପଲବ୍ଧ, ଡାକ୍ତରୀ ତଥ୍ୟ ଅନୁସାରେ, ଆଇଭିଏଫ୍ ଉପାୟରେ ହିଁ ଅଧିକ ଯମଜ ସନ୍ତାନ ଜନ୍ମଲାଭ କରୁଛନ୍ତି। ପ୍ରତି ୩୦ଜଣରେ ଜଣେ ମହିଳା ଯମଜ ସନ୍ତାନର ମା’ ହେବାର ସୌଭାଗ୍ୟ ଲାଭ କରୁଥିବାର ପ୍ରକାଶ। ଗର୍ଭବସ୍ଥାର ୩୩-୩୬ ସପ୍ତାହ ମଧ୍ୟରେ ଯମଜ ସନ୍ତାନ ଜନ୍ମ ଲାଭ କରିଥାନ୍ତି, ବିଶେଷଜ୍ଞଙ୍କ ମତରେ ପ୍ରସବ ପୂର୍ବରୁ ଓ ପରେ ଭଲଭାବେ ଯତ୍ନ ନିଆଯାଉଥିବାରୁ ସେମାନଙ୍କ ଜନ୍ମ ହାର କ୍ରମଶଃ ବଢ଼ୁଛି।
-ବିଶେଷଜ୍ଞଙ୍କ କହିବାନୁସାରେ, ଯମଜ ସନ୍ତାନ ଗର୍ଭରେ ଥିବାର ୧୪ ସପ୍ତାହରୁ ପରସ୍ପରକୁ ଚିହ୍ନିଥାନ୍ତି।
-ଯମଜ ସନ୍ତାନଙ୍କ ମା’ମାନେ ଦୀର୍ଘାୟୁ ହୋଇଥାନ୍ତି। ବିଶ୍ବର ୧୧୧ଟି ରାଷ୍ଟ୍ରର ମହିଳାଙ୍କ ଉପରେ ଅନୁଧ୍ୟାନ ହୋଇ ଏହା ସ୍ପଷ୍ଟ ହୋଇଛି।
-ଚୀନ୍‌ରେ ସବୁଠୁ କମ୍ ସଂଖ୍ୟାରେ ଯମଜ ସନ୍ତାନ ଜନ୍ମଲାଭ କରୁଥିବାବେଳେ ନାଇଜେରିଆରେ ସର୍ବାଧିକ ସଂଖ୍ୟାରେ ଯମଜ ଜନ୍ମଲାଭ କରିଥାନ୍ତି।
-ସବୁଠୁ ମଜାଦାର କଥା ହେଲା ଯମଜସନ୍ତାନର ବାପା-ମା’ଙ୍କ ମଧ୍ୟରେ ଅଧିକ କଳିଝଗଡ଼ା ହୁଏ। କାରଣ ହେଉଛି ଦୁଇଟି ପିଲାଙ୍କ ଦାୟିତ୍ବରେ ଧନ୍ଦି ହୋଇ ସାମାନ୍ୟତମ କଥାରେ କଳି ହେଉଥିବାର ଦମ୍ପତିମାନେ ମତ ଦେଇଛନ୍ତି। n

Comments are closed.