ଖସୁନି ସଂକ୍ରମଣ : ଖୋର୍ଦ୍ଧାରୁ ୩୬% ସଂକ୍ରମିତ

ବୌଦ୍ଧରେ ଶୂନ୍

 

ଭୁବନେଶ୍ୱର : କରୋନା ମହାମାରୀ ପ୍ରବଣ ଜିଲା କହିଲେ ଖୋର୍ଦ୍ଧାକୁ ବୁଝାଉଛି। ରାଜ୍ୟରେ ସବୁଆଡୁ ସଂକ୍ରମଣ ହ୍ରାସ ପାଉଥିବା ବେଳେ ଖୋର୍ଦ୍ଧାରେ କମିନାହିଁ । ରାଜ୍ୟରେ ପ୍ରତିଦିନ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଏକତୃତୀୟାଂଶ କେବଳ ଖୋର୍ଦ୍ଧା ଜିଲାରୁ ବାହାରୁଛନ୍ତି। ଗତକାଲି ରାଜ୍ୟରେ ୬୬ହଜାର ୧୪୬ ନମୁନା ପରୀକ୍ଷା କରାଯାଇଥିଲା। ଏଥିରୁ ୧୩୪୨ ଜଣ ସଂକ୍ରମିତ ହୋଇଛନ୍ତି। ତେବେ ସେଥିମଧ୍ୟରୁ ଖୋର୍ଦ୍ଧାରେ କେବଳ ୪୭୭ ନୂତନ ଆକ୍ରାନ୍ତ ରହିଛନ୍ତି। ଅର୍ଥାତ ରାଜ୍ୟରେ ସଂକ୍ରମଣ ହାର ୨ ପ୍ରତିଶତ ଉପରେ ରହିଥିବାବେଳେ ଖୋର୍ଦ୍ଧାରୁ ମୋଟ ଦୈନିକ ସଂକ୍ରମଣର ୩୬ ପ୍ରତିଶତ ରହିଛି। ଇତିମଧ୍ୟରେ ରାଜ୍ୟରୁ ୯ଲକ୍ଷ ୮୩ହଜାର ୨୫୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ଖୋର୍ଦ୍ଧାରୁ ୧ ଲକ୍ଷ ୫୧ହଜାର ୭୭୭ ଆକ୍ରାନ୍ତ ରହିଛନ୍ତି, ଯାହାକି ସମୁଦାୟ ଆକ୍ରାନ୍ତଙ୍କର ୧୬ ପ୍ରତିଶତ।

Comments are closed.