ପୁଣି ବୃଦ୍ଧି ପାଇଛି ପେଟ୍ରୋଲ ଓ ଡ଼ିଜେଲ ଦର ; ପୋଟ୍ରାଲ ଲିଟର ପିଛା ୨୫ ପଇସା ଓ ଡ଼ିଜେଲ ଲିଟର ପିଛା ୨୧ ପଇସା ବୃଦ୍ଧି

ନୂଆଦିଲ୍ଲୀ : ଆଜି ପୁଣି ବୃଦ୍ଧି ପାଇଛି ପେଟ୍ରୋଲ ଓ ଡ଼ିଜେଲ ଦର। ପୋଟ୍ରାଲ ଲିଟର ପିଛା ୨୫ ପଇସା ଓ ଡ଼ିଜେଲ ଲିଟର ପିଛା ୨୧ ପଇସା ବୃଦ୍ଧି ପାଇଛି। ଏହାସହ ଲାଗାତାର ୨୧ ଦିନ ହେଲା ଉଭୟ ପେଟ୍ରୋଲ ଓ ଡ଼ିଜେଲ ଦର ବଢିବାରେ ଲାଗିଛି। ୨୧ ଦିନ ମଧ୍ୟରେ ପେଟ୍ରୋଲ ଲିଟର ପିଛା ୯.୧୨ଟଙ୍କା ଓ ଡ଼ିଜେଲ ୧୧ଟଙ୍କା ବୃଦ୍ଧି ପାଇଛି। ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୦ ଟଙ୍କା ୩୮ ପଇସା ଓ ଡ଼ିଜେଲ ଦର ୮୦ ଟଙ୍କା ୪୦ ପଇସା ହୋଇଛି। ମୁମ୍ବଇରେ ପେଟ୍ରୋଲ ୮୭ ଟଙ୍କା ୧୪ ପଇସ. ଡ଼ିଜେଲ ୭୮ଟଙ୍କା ୭୧ ପଇସା। ଚେନ୍ନାଇ ଓ କଲକାତାରେ ପେଟ୍ରୋଲ ଯଥାକ୍ରମେ ୮୩.୫୯ ଓ ୮୨.୦୫ ଓ ଡ଼ିଜେଲ ଦର ଲିଟର ପିଛା ୭୭.୬୧ ଓ ୭୫.୫୨ ଟଙ୍କା ରହିଥିବା ସୂଚନା ମିଳିଛି।

Comments are closed.