ଯାଞ୍ଚ ହେବ ହଷ୍ଟେଲ : ଆର୍‌ଟିପିସିଆର ଟେଷ୍ଟିଂକୁ ଗୁରୁତ୍ବ

ଭୁବନେଶ୍ବର : ରାଜଧାନୀରେ କରୋନା ମହାମାରୀ ପୂର୍ବ ପରି କାୟା ମେଲାଉଛି। ଗତ ୨୪ଘଣ୍ଟା ଭିତ‌େର ଏକ୍ସଆଇଏମ୍‌ବି (ଜାଭିୟର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ମ୍ୟାନେଜମେଣ୍ଟ ଭୁବନେଶ୍ବର)ରୁ ୪୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାରୁ ଏହାକୁ ସିଲ୍‌ କରାଯାଇଛି। ଏହାପରେ ବିଏମ୍‌ସି ପକ୍ଷରୁ କୋଭିଡ ପରିଚାଳନାକୁ ଅଧିକ ଗୁରୁତ୍ବ ଦିଆଯାଇଛି। ସଂକ୍ରମିତ ରାଜ୍ୟରୁ ଭୁବନେଶ୍ବରକୁ ଆସୁଥିବା ଲୋକଙ୍କୁ ୭ଦିନ କ୍ବାରେଣ୍ଟାଇନ କରାଯିବ। ଏଥିପାଇଁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ଏବଂ ଭୁବେନଶ୍ବର ରେଳ ଷ୍ଟେସନରେ କୋଭିଡ ଯାଞ୍ଚ ବ୍ୟାପକ କରାଯାଇଛି। ଲକ୍ଷଣ ଥିବା ଫେରନ୍ତାଙ୍କ କୋଭିଡ ପରୀକ୍ଷା ବାଧ୍ୟତାମୂଳକ ଥିବା‌େ‌ବଳେ ସହରରେ ଆକ୍ଟିଭ ସର୍ଭେଲାନ୍ସ ପୁଣି ବ୍ୟାପକ କରାଯିବ ବୋଲି ବିଏମ୍‌ସି କମିସନର ପ୍ରେମ ଚନ୍ଦ୍ର ଚୌଧରୀ କହିଛନ୍ତି।
ଶିକ୍ଷାନୁଷ୍ଠାନରେ ବହୁ ମାତ୍ରରେ କୋଭିଡ ପଜିଟିଭ ବାହାରୁ ଥିବାରୁ ଏଣିକି ହଷ୍ଟେଲଗୁଡ଼ିକରେ ନିୟମତି ଯାଞ୍ଚ କରାଯିବ। ନିୟମିତ ଭାବେ (ରାଣ୍ଡମ୍‌ଲି) ଆର୍‌ଟିପିସିଆର୍‌ ଟେଷ୍ଟିଂ କରାଯିବ। ବଜାର ଘାଟରେ ବିଭାଗ ପକ୍ଷରୁ ଏନ୍‌ଫୋର୍ସମେଣ୍ଟ କାର୍ଯ୍ୟକ୍ରମ କଡ଼ାକଡ଼ି କରାଯିବ। ଜନଗହଳି ସ୍ଥାନରେ ଚଢ଼ଉ କରାଯାଇ କୋଭିଡ କଟକଣା ଯାଞ୍ଚ ହେବ। ଉଲ୍ଲଘଂନକାରୀଙ୍କଠାରୁ ଜୋରିମାନା ଆଦାୟ ହେବ। ଟେଷ୍ଟିଂ, ସଙ୍ଗରୋଧ ଏବଂ କଣ୍ଟାକ୍ଟ ଟ୍ରେସିଂକୁ ଗୁରୁତ୍ବ ଦିଆଯାଇ ପୂର୍ବରୁ ବିଏମ୍‌ସିର କୋଭିଡ ମୁକାବିଲାରେ ନିୟୋଜିତ କୋର୍‌ କମିଟି ସଦସ୍ୟଙ୍କୁ କାର୍ଯ୍ୟକ୍ଷମ କରାଯିବ। ପରସ୍ଥିତି ଦେଖି କୋଭିଡ ସଚେତକଙ୍କୁ ପୁନଶ୍ଚ କାର୍ଯ୍ୟରେ ସକ୍ରିୟ ରହିବାକୁ କୁହାଯିବ ବୋଲି ଶ୍ରୀ ଚୌଧରୀ କହିଛନ୍ତି।

Comments are closed.