ବଢିଲା ଚାଷୀ ପଞ୍ଜୀକରଣ ଅବଧି

0

ଭୁବନେଶ୍ୱର: ରାଜ୍ୟ ସରକାର ମଙ୍ଗଳବାର ଖରିଫ ଋତୁ ଧାନ ସଂଗ୍ରହ ପାଇଁ ପଞ୍ଜୀକରଣ ଅବଧି ବଢ଼ାଇଛନ୍ତି । ସେପ୍ଟେମ୍ୱର ୧୦ ଶେଷ ତାରିଖ ଥିବାବେଳେ ଅନେକ ଚାଷୀ ଏପର୍ଯ୍ୟନ୍ତ  ପଞ୍ଜୀକରଣ କରାଇନଥିବାରୁ ଏହାକୁ ଆଉ ୭ ଦିନ ଘୁଞ୍ଚାଯାଇ ୧୭ ତାରିଖ ଯାଏ ବୃଦ୍ଧି କରାଯାଇଛି । ଏବେସୁଦ୍ଧା ପ୍ରାୟ ୧୦ ଲକ୍ଷ ଚାଷୀ ପଞ୍ଜୀକୃତ ହୋଇଛନ୍ତି ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

Leave A Reply