ବଢିଲା ବସ୍ ଭଡା: ସାଧାରଣ-ଏକ୍ସପ୍ରେସ ୧ ପଇସା, ଡିଲକ୍ସ-ଏସି ଡିଲକ୍ସ ୨ ପଇସାକୁ ବୃଦ୍ଧି

ଭୁବନେଶ୍ୱର: ଇରାନ ଓ ଆମେରିକା ମଧ୍ୟରେ ଲାଗି ରହିଥିବା ତିକ୍ତତାର ପ୍ରଭାବ ଏବେ ସିଧାସଳଖ ଭାରତ ବଜାର ଉପରେ ପଡିଛି। ସେୟାର ବଜାରରେ ସେନସେକ୍ସ ଓ ନିଫ୍ଟି ହ୍ରାସ ପାଇଥିବା ବେଳେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୨୧ ପଇସା ହ୍ରାସ ଘଟିଛି। ଏହାର ପ୍ରଭାବରେ ସୁନାର ଦାମ୍ ମଧ୍ୟ ବୃଦ୍ଧି ପାଇଛି। ସେହି ପରିପ୍ରେକ୍ଷୀରେ ତୈଳ ଆମଦାନୀ ଉପରେ ଏହାର ପ୍ରଭାବ ପଡିବାରୁ ଲଗାତାର ଭାବେ ପ୍ରେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି। ଯାହା ଫଳରେ ଆଜି ଠାରୁ (ସୋମବାର) ବସ ଭଡା ମଧ୍ୟ ବୃଦ୍ଧି ପାଇଛି।

ସାଧାରଣ ଓ ଏକ୍ସପ୍ରେସ ବସ ଭଡ଼ା କି.ମି ପିଛା ୧ ପଇସା ବୃଦ୍ଧି ପାଇଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସ ୨ ପଇସା ବୃଦ୍ଧି ହୋଇଛି। ପୂର୍ବରୁ ସାଧାରଣ ବସ ଭଡା କି.ମି ପ୍ରତି ୭୨ ପଇସା ଥିବା ବେଳେ ଏବେ ବୃଦ୍ଧି ଘଟି ୭୩ ପଇସା ହୋଇଛି। ଏକ୍ସପ୍ରେସ ବସ ଭଡ଼ା କି.ମି ପିଛା ୬୯ ପଇସାରୁ ୭୦ ପଇସା ବୃଦ୍ଧି ପାଇଛି। ଡିଲକ୍ସ ବସ କି.ମି ପିଛା ୯୯ ପଇସାରୁ ୧ ଟଙ୍କା ୦୧ପଇସା ହୋଇଛି। ସେହିପରି ପୂର୍ବରୁ ଏସି ଡିଲକ୍ସ କି.ମି ପିଛା ୧ ଟଙ୍କା ୨୧ ପଇସା ଥିବା ବେଳେ ଏବେ ୨ ପଇସା ବୃଦ୍ଧି ପାଇ ୧ ଟଙ୍କା ୨୩ ପଇସା ହୋଇଛି।

Comments are closed.