ଜୁଲାଇ ୩୧ ଯାଏ ବଢ଼ିଲା ଆୟକର ରିଟର୍ଣ୍ଣ ଦାଖଲ ସମୟସୀମା

ନୂଆଦିଲ୍ଲୀ : ବେତନଧାରୀ ବର୍ଗର ଟିକସଦାତାଙ୍କୁ ଏକ ବଡ ରିଆତି ଦେବାକୁ ଯାଇ କେନ୍ଦ୍ର ସରକାର ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି  । ଏଥିରେ କେନ୍ଦ୍ର ସରକାର ୨୦୧୮-୧୯ ଆର୍ଥିକବର୍ଷ ନିମନ୍ତେ ଆୟକର ରିଟର୍ଣ୍ଣ (ଆଇଟିଆର୍‌) ଦାଖଲ ସମୟସୀମା ଜୁଲାଇ ୩୧ ଯାଏ ବୃଦ୍ଧି କରିଛନ୍ତି । ଅନ୍ୟପକ୍ଷରେ ସରକାର ୨୦୧୯-୨୦ ଆର୍ଥିକବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦାଖଲ ସମୟସୀମାକୁ ଆସନ୍ତା ୩୦ ନଭେମ୍ବର ଯାଏ ବଢ଼ାଇଛନ୍ତି । ଏହାବ୍ୟତୀତ ସରକାର ଟିକସ ଅଡିଟ୍‌ ଦାଖଲ ସମୟସୀମାକୁ ଅକ୍ଟୋବର ୩୧ ଯାଏ ସମ୍ପ୍ରସାରିତ କରିଥିବା ସିବିଡିଟି ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି । ୧ ଲକ୍ଷ ଟଙ୍କା ଯାଏ ସଂୟକ୍ରିତ ଟିକସ ଦେୟ କରୁଥିବା କ୍ଷୁଦ୍ର ଏବଂ ମଧ୍ୟମ କରଦାତା ଟିକସ ଦାଖଲ ସମୟସୀମାକୁ ଚଳିତବର୍ଷ ନଭେମ୍ବର ୩୦ ଯାଏ ବଢ଼ାଇ ଦିଆଯାଇଛି ।

Comments are closed.