ସାବଧାନ; ବନ୍ଦ ହୋଇପାରେ ଆପଣଙ୍କ ଇନକମିଙ୍ଗ କଲ୍

0

ନୂଆଦିଲ୍ଲୀ : ବର୍ତ୍ତମାନ ଦେଶର ଟେଲିକମ କମ୍ପାନୀମାନେ ଆପଣଙ୍କୁ ବଡ ଝଟକା ଦେବାକୁ ଯାଉଛନ୍ତି। ଏବେ ଠିକ୍‍ ସମୟରେ ରିଚାର୍ଜ ନ କରିବା ଦ୍ୱାରା ଆପଣଙ୍କ ଇନକମିଙ୍ଗ କଲର ସେବା ସମାପ୍ତି ହୋଇଯିବ। ୨୦୧୮ ମସିହାରୁ ଜିଓର ବଜାର ପ୍ରବେଶ ପରେ ଅନ୍ୟ ଟେଲିକମ କମ୍ପାନୀ ମାନଙ୍କୁ କ୍ଷତି ସହିବାକୁ ପଡୁଛି। ଏବେ କମ୍ପାନୀ ମାନେ କ୍ଷତିର ଭରଣ ପାଇଁ ନୂଆ ଯୋଜନା ଆପଣାଇଛନ୍ତି। ମିଡିଆ ରିପୋର୍ଟ ଅନୁସାରେ ଟେଲିକମ କମ୍ପାନୀ ମାନେ ଖୁବଶୀଘ୍ର ଇନକମିଙ୍ଗ କଲର ସୁବିଧା ବନ୍ଦ କରିବାକୁ ଯାଉଛନ୍ତି। ଏହାର ଅର୍ଥ ଯେଉଁମାନେ ନିଜର ମୋବାଇଲ ନମ୍ବରରେ ନିୟମିତ ରିଚାର୍ଜ କରୁନାହାନ୍ତି ସେମାନଙ୍କର ଏବେ ଇନକମିଙ୍ଗ୍‍ କଲର ସୁବିଧା ବନ୍ଦ ହେବାକୁ ଯାଉଛି। ଏଥିପାଇଁ ମାଗଣା ଇନକମିଙ୍ଗ୍‍ ସେବା ପାଇବା ପାଇଁ ଆପଣଙ୍କୁ ପ୍ରତି ୨୮ଦିନରେ ଥରେ ରିଚାର୍ଜ କରିବାକୁ ପଡିବ। ଯଦି ଆପଣ ୯୦ଦନି ପର୍ଯ୍ୟନ୍ତ ଆପଣଙ୍କ ସିମ ରିଚାର୍ଜ ନ କରିବେ ତେବେ ଆପଣଙ୍କର ଇନକମିଙ୍ଗ ସେବା ବନ୍ଦ ହୋଇଯିବ। ଯଦିଓ ଏହା କମ୍ପାନୀ ମାନଙ୍କ ପାଇଁ କ୍ଷତି ପହଞ୍ଚାଇପାରେ। କାରଣ ଏହାଦ୍ୱାରା ଅନେକ କମ୍ପାନୀର ଗ୍ରାହକଙ୍କ ସଂଖ୍ୟା କମିଯାଇପାରେ।

Leave A Reply