ରାୟପୁର ମେୟର ଓ ୨ ଆଇଏଏସ ଅଧିକାରୀଙ୍କ ଘରେ ଆୟକର ଚଢାଉ

ରାୟପୁର: ଛତିଶଗଡର ଭିନ୍ନ ଭିନ୍ନ ସହରରେ ଆୟକର ବିଭାଗ ପକ୍ଷରୁ ଗୁରୁବାର ସକାଳୁ ଚଢାଉ ଆରମ୍ଭ ହୋଇଛି। ରାଜଧାନୀ ରାୟପୁର, ଭିଲାଇ ସମେତ ଅନ୍ୟାନ୍ୟ ଜିଲାରେ ଚଢାଉ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ୨୫ଟି ସ୍ଥାନରେ ଚଢାଉ ହୋଇଛି। ଆଇଏଏସ୍ ଅଧିକାରୀ ତଥା ପୂର୍ବତନ ସଚିବ ବିବେକ ଢାଣ୍ଡ, ଆଇଏଏସ୍ ଅଧିକାରୀ ତଥା ନାନ୍ ଦୁର୍ନୀତିରେ ସଂପୃକ୍ତ ଥିବା ଅନିଲ ତୁତେଜାଙ୍କ ବାସଭବନରେ ଏହି ଚଢାଉ ହୋଇଛି। ଏହା ସହ ରାୟପୁର ମେୟର ଇଜାଜ୍ ଦେବର ଏବଂ ତାଙ୍କ ଭାଇ ଅବୱାର ଦେବରଙ୍କ ଘରେ ମଧ୍ୟ ଚଢାଉ ଜାରି ରହିଛି। ମେୟରଙ୍କ ହୋଟେଲରେ ମଧ୍ୟ ଚଢାଉ କରାଯାଇଛି। ସମସ୍ତ ସ୍ଥାନରେ ଆୟ ବ୍ୟୟର ହିସାବ କରାଯାଉଛି। ଟିକସ ଫାଙ୍କିବା ଅଭିଯୋଗରେ ଏହି ଚଢାଉ ହୋଇଥିବା ଜଣାପଡିଛି। ଚଢାଉରେ ୨୦୦ରୁ ଅଧିକ ସିଆରପିଏଫ୍ ଯବାନ ନିୟୋଜିତ ହୋଇଛନ୍ତି।

Comments are closed.