ଷ୍ଟାଲିନ୍‍ଙ୍କ ଝିଅ ଘରେ ଆୟକର ଚଢଉ

ଚେନ୍ନଇ: ତାମିଲନାଡୁ ବିଧାନସଭା ନିର୍ବାଚନ ଆଉ ଚାରିଦିନ ବାକି ଥିବାବେଳେ ଆୟକର ବିଭାଗର ଅଧିକାରୀମାନେ ଡିଏମ୍‍କେ ମୁଖ୍ୟ ଏମ କେ ଷ୍ଟାଲିନ୍‍ଙ୍କ ଝିଅ ଘରେ ଚଢଉ କରିଛନ୍ତି। ଚେନ୍ନଇସ୍ଥିତ ବାସଭବନରେ ଏହି ଚଢଉ କରାଯାଇଛି। ଶୁକ୍ରବାର ସକାଳୁ ମୋଟ ଆଠଟି ସ୍ଥାନରେ ଚଢଉ କରାଯାଇଥିବାବେଳେ ସେଥିମଧ୍ୟରୁ ୪ଟି ଚେନ୍ନଇରେ ଅବସ୍ଥିତ ଏବଂ ସେଗୁଡିକ ଷ୍ଟାଲିନଙ୍କ ଝିଅ ସେନ୍ଥାମରାଇ ଓ ଜ୍ୱାଇଁ ସାବରିସାନ୍‍ଙ୍କ ସହିତ ସଂପୃକ୍ତ ବୋଲି ଜଣାଯାଇଛି। ଆୟକର ଅଧିକାରୀ କହିଛନ୍ତି, ତେନାମ୍ପେଟ୍‍ ଏବଂ ନୀଳାଙ୍ଗରାଇଠାରେ ଥିବା ଷ୍ଟାଲିନଙ୍କ ଝିଅଙ୍କ ଘରେ ଚଢଉ କରାଯାଇଛି। ଆୟକର ବିଭାଗର ହସ୍ତଗତ ହୋଇଥିବା ଅଭିଯୋଗ ଆଧାରରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

Comments are closed.