ଆୟକର ଆୟୁକ୍ତଙ୍କ ଠିକଣା ଉପରେ ଇଡି ଚଢଉ

0

ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଶନିବାର ଭାରତୀୟ ରାଜସ୍ୱ ସେବା ଅଧିକାରୀ ତଥା ଆୟକର ଆୟୁକ୍ତ ନୀରଜ ସିଂହଙ୍କ ବିଭିନ୍ନ ଠିକଣା ଉପରେ ଚଢଉ କରିଛି। ଏକ ବେଆଇନ ଅର୍ଥ କାରବାର ମାମଲାରେ ଶ୍ରୀ ସିଂହଙ୍କ ଠିକଣା ଉପରେ ଚଢଉ ହୋଇଥିବା ସୂଚନା ମିଳିଛି।

ସିଂହଙ୍କ ପୂର୍ବ ନିଯୁକ୍ତି ଚେନ୍ନଇରେ ଥିଲା ଓ ଏହା ପୂର୍ବରୁ ସେ କଲକାରେ ଆୟକର ବିଭାଗରେ କାର୍ଯ୍ୟ କରୁଥିଲେ। ଇଡି ପକ୍ଷରୁ କୁହାଯାଇଛି ଯେ ବେଆଇନ ଅର୍ଥ କାରବାର ନେଇ ମାମଲା ରୁଜୁ ହେବା ପରେ କଲକାତା, ମୁମ୍ବଇ ଏବଂ ପାଟନାର ମୋଟ ୬ଟି ସ୍ଥାନର ଚଢଉ ହୋଇଛି। କଲକତା ପୁଲିସର ପ୍ରାଥମିକ ସୂଚନା ଆଧାରରେ ସିଂହଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଥିଲା। କଲକତା ପୁଲିସ୍‍ ସିଂହଙ୍କ ବିରୋଧରେ ନିଜ ପଦର ଦୁରୁପଯୋଗ କରି ସମ୍ପର୍କୀୟଙ୍କୁ ଲାଭ ପହଞ୍ଚାଇବା ଓ ସେମାନଙ୍କ ନାମରେ ସମ୍ପତ୍ତି ଜମା କରିବା ନେଇ ମାମଲା ରୁଜୁ କରିଛି। ଚଢଉ ପାଇଁ ଇଡି ବିଭିନ୍ନ ଦଳ ଗଠନ କରିଥିଲା ଓ ଏକସଙ୍ଗେ ଏହି ଚଢଉ କରାଯାଇଥିଲା। ଚଢଉ ବେଳେ ବିଭିନ୍ନ ସମ୍ପତ୍ତି ସମ୍ପର୍କିତ କାଗଜପତ୍ର, ବ୍ୟାଙ୍କ ଖାତା, ନିବେଶ କାଗଜପତ୍ର ଜବତ କରାଯାଇଛି।

Leave A Reply