ପୁଣି ଅଶାନ୍ତ ହେଲା ବୁର୍ଲା

ଦୁବୁର୍ତ୍ତର୍ଙ୍କ ଭୁଜାଲି ମାଡ଼ରେ ଦୁଇଜଣ ଗୁରୁତର ଆହତ: ମହତାବ ନଗର କ୍ୱାର୍ଟର ପଡ଼ାରେ ଘଟିଛି  ଏହି ଅଭାବନିୟ ଘଟଣା

ବୁର୍ଲା : ବୁର୍ଲା ସହରର ପୁଣି ଏକ ଅସ୍ଥିର ବାତାବରଣ ସୃଷ୍ଟି ହେବା ସହିତ ଏହାକୁ ନେଇ ସ୍ତାନିୟ ମହଲରେ ଭିନ୍ନ ଏକ ଚର୍ଚ୍ଚା ଯୋର ଧରିଛି । ଘଟଣା ନୁସାରେ ଦୁର୍ବୁତ୍ତଙ୍କ ଭୁଜାଲି ମାଡ ଘଟଣା ପୁଣି ବୁର୍ଲା ସହରକୁ ଅଶାନ୍ତ କରିଦେଇଛି। ଏପରିକି ଆଗକୁ ମଧ୍ୟ କୌଣସି ଅଘଟଣ ପୁଣି ଘଟିବା ନେଇ ଆଲୋଚନା ହେଉଛି। ଗତକାଲି ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ବୁତ୍ତ ଙ୍କ ଭୁଜାଲି ମାଡ ରେ ଦୁଇଜଣ ଆହତ ହୋଇଥିବା ବେଳେ ସେଥିମଧ୍ୟରୁ ଜଣକର ଅବସ୍ଥା ଶଙ୍କଟାପର୍ଣ୍ଣ ହୋଇ ବୁର୍ଲା ଭିମସାର ଶଲ୍ୟ ବିଭାଗରେ ଚିକିତ୍ସାଧିନ ରହିଛି। ବୁର୍ଲା ସହରର ମହତାବ ନଗର କ୍ୱାର୍ଟର ପଡା ଅଞ୍ଚଳରେ ଏପରି ଏକ ଘଟଣା ଘଟିଛି। ଆହତ ମାନଙ୍କ ମଧ୍ୟରେ ମହତାବ ନଗର ଅଞ୍ଚଳର ସୁମୀତ କୁର୍ମୀ, ସୁମିତଙ୍କ ବାପା ମହେଶ କୁର୍ମୀ ଏବଂ ପଡୋଶୀ ସୁଦାମ ଡୁଙ୍ଗୁରୀ ବୋଲି ଜଣାପଡ଼ିଛି। ଏହାକୁ ନେଇ ସୁମିତଙ୍କ ମାଁ ପ୍ରଭାଷିନୀ କୁର୍ମୀ ବୁର୍ଲା ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି। ତେବେ ବୁର୍ଲା ଏସଡ଼ିପିଓ ଶିଶୁରଞ୍ଜନ ମହାପାତ୍ରଙ୍କ ସୁଚନା ମୁତାବକ ଆଜି ଆକ୍ରମଣରେ ଆହତଙ୍କ ତରଫରୁ ଏତେଲା ଦିଆଯାଇଥିବା ବେଳେ ବୁର୍ଲା ଭିମସାରରେ ଜଣେ ଗୁରୁତର ଆହତଙ୍କୁ ପୁଲିସ ଯାଇ ଭେଟିଥିବା ଏବଂ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ସୁଚନା ଦେଇଛନ୍ତି।

ପ୍ରଭାଷିନୀଙ୍କ ଅଭିଯୋଗ ମତେ ଗତକାଲି ବିଳମ୍ବିତ ରାତି ପ୍ରାୟ ସାଢେ ୧୧ ଟା ସମୟରେ ତାଙ୍କ ପଡାର ଇଲୁ ମହାନନ୍ଦ, ତନ୍ମୟ ବନ୍ଛୋର( ଟୁଲୁ) , ବିକି ଏବଂ ସୁଶୀଲ ବନଛୋର ନାମକ ·ରିଜଣ ଯୁବକ ଘରକୁ ଆସି ତାଙ୍କ ପୁଅ ସୁମିତକୁ ଘରୁ ଡାକିନେଇ ଛୁରି, ଭୂଜାଲି ଏବଂ ଲୁହାରଡରେ ମାରଣାନ୍ତକ ଭାବରେ ଆକ୍ରମଣ କରିଥିଲେ। ତେବେ ଦୁର୍ବୁତ୍ତ ମାନଙ୍କ କବଳରୁ ସୁମିତଙ୍କୁ ଉଦ୍ଧାର କରିବାକୁ ଆସି ସୁମିତଙ୍କ ବାପା ମହେଶ ଏବଂ ପଡୋଶୀ ସୁଦାମ ଡୁଙ୍ଗୁରୀ ମଧ୍ୟ ଦୁର୍ବୁତ୍ତଙ୍କ ଆକ୍ରମଣରୁ ବର୍ତ୍ତି ପାରି ନ ଥିଲେ। ସେମାନେ ମଧ୍ୟ ଆହତ ହୋଇଥିଲେ। ଦୁର୍ବୁତ୍ତ ମାନେ ସେଠାରୁ ଫେରାର ମାରିବା ପରେ ତିନିଜଣଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ତାନିୟ ବାସୀନ୍ଦା ତଥା ପରିବାର ବର୍ଗ ଉଦ୍ଧାର କରି ବୁର୍ଲା ଭିମସାର ଶଲ୍ୟ ବିଭାଗରେ ଭର୍ତ୍ତି କରିଥିବା ପ୍ରଭାସିନି ସୂଚନା ଦେଇଛନ୍ତି । ଅକ୍ରମଣ କାରୀ ମାନେ ସୁମିତଙ୍କ ଗୁପ୍ତାଙ୍ଗକୁ କାଟି ଦେଇଥିବାରୁ ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଥିବା ବେଳେ ବୁର୍ଲା ଭିମସାରରେ ଶଙ୍କଟାପର୍ଣ୍ଣ ଅବସ୍ଥାରେ ତାକୁ ଭର୍ତ୍ତି କରାଯାଇ ଚିକିତ୍ସା ·ଲିଛି। ଗତକାଲି ତାର ଅସ୍ତ୍ରୋପଚାର କରାଯାଇଥିଲା। ସେପଟେ ଏପରି ଏକ ଘଟଣା ପୁଣି ଶିକ୍ଷାନଗରୀ ବୁର୍ଲା ସହରର ଶାନ୍ତ ପରିବେଷକୁ ବିଗାଡ଼ି ଦେବା ସହିତ ସ୍ତାନିୟ ମହଲରେ ଏହାକୁ ନେଇ ଆତଙ୍କ ଖେଳିଯାଇଛି। ସୁଚନା ଥାଉକି, ଗତ କିଛିଦିନ ତଳେ ଗୋପବନ୍ଧୁ ଛକରେ ମାରଣାନ୍ତକ ଆକ୍ରମଣ ପ୍ରସଙ୍ଗ ଘଟିଯାଇଥିଲା। ଏହାକୁ ନେଇ ବୁର୍ଲା ଏସଡ଼ିପିଓ ଶିଶୁରଞ୍ଜନ ମହାପାତ୍ରଙ୍କୁ ଯୋଗାଯୋଗ କରାଯିବା ଫଳରେ ଗତରାତିରେ ଏପରି ଏକ ଆକ୍ରମଣ ଘଟଣା ଘଟିଥିବା ବେଳେ ଆଜି ଏହାକୁ ନେଇ ବୁର୍ଲା ଥାନାରେ ଲିଖିତ ଅଭିଯୋଗ ହୋଇଥିବା ଏବଂ ବୁର୍ଲା ପୁଲିସ ମଧ୍ୟ ବୁର୍ଲା ଭିମସାରକୁ ଯାଇ ଆହତଙ୍କୁ ଯାଇ ଭେଟିଥିବା ସୁଚନା ଦେଇଛନ୍ତି। ଆକ୍ରମଣ ଘଟଣାରେ ଜଣଙ୍କ ଅବସ୍ଥା ଶଙ୍କଟାପର୍ଣ୍ଣ ରହିଥିବା ଏସଡ଼ିପିଓ ଶ୍ରୀ ମହାପାତ୍ର ସୁଚନା ଦେବା ସହିତ ନିଶ୍ଚିତ ଭାବରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୁଚନା ଦେଇଥିଲେ। ଖବର ଲେଖାଯିବା ପର୍ୟ୍ୟନ୍ତ ଉକ୍ତ ଅସାମାଜିକ ତତ୍ୱ ତଥା ଆକ୍ରମଣକାରୀ ଧରା ପଡ଼ି ନ ଥିବା ଜଣାପଡିଛି।

 

 

Comments are closed.