ଗଦାପୁରରେ ଉଦ୍‍ଘାଟନ ହେଲା ଭାରତୀୟ ଷ୍ଟେଟବ୍ୟାଙ୍କ ଏଟିଏମ୍‍, ୮ ପଞ୍ଚାୟତରେ ଖୁସିର ଲହରୀ

ଫୁଲବାଣୀ/ଦାରିଙ୍ଗବାଡ଼ି: ବାରମ୍ବାରର ଦାବି ଶେଷରେ ସଫଳ ହୋଇଛି। ଆଜି ଦାରିଙ୍ଗବାଡ଼ି ବ୍ଲକ ଗଦାପୁର ଠାରେ ଭାରତୀୟ ଷ୍ଟେଟବ୍ୟାଙ୍କ ଏଟିଏମ୍‍ କାଉଣ୍ଟର ଶୁଭ ଉଦଘାଟନ ହୋଇଯାଇଛିା ଦାରିଙ୍ଗବାଡ଼ି ବ୍ଲକର ବ୍ରାହ୍ମଣୀଗାଁ, ଝିଂଜିରିଗୁଡ଼ା, କାଟିଙ୍ଗିଆ, କୁମ୍ଭାରୀଗାଁ, ଗଦାପୁର, ସରାମୂଳି, ହାତୀମୁଣ୍ଡା ଓ ତାଜୁଙ୍ଗିଆ ଆଦି ୮ଟି ପଞ୍ଚାୟତବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

ପ୍ରକାଶ ଯେ, ପୂର୍ବରୁ ଏହି ସବୁ ପଞ୍ଚାୟତବାସୀଙ୍କ ପାଇଁ ଆଖ ପାଖରେ କୌଣସି ପ୍ରକାର ଏଟିଏମ୍‍ ବ୍ୟବସ୍ଥା ନଥିଲ।। ଫଳରେ ଜରୁରୀ ସମୟରେ ସେମାନେ ବ୍ରହ୍ମଣୀଗାଁ କିମ୍ବା ଦାରିଙ୍ଗବାଡ଼ି ଯାଇ ଟଙ୍କା ଉଠାଉଥିଲେ। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ଆର୍ଥିକ କାରବାର ତଥା ଟଙ୍କା ନେଣଦେଣ ଓ ସଞ୍ଚୟ କରିବା ସୁବିଧା ଓ ସୁରକ୍ଷା ଯୋଗାଇଦେବା ପାଇଁ ବ୍ରାହ୍ମଣୀଗାଁ ଓ ଗଦାପୁରଠାରେ ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖା ଖୋଲାଯାଇଥିଲା। ବ୍ୟାଙ୍କରେ ଅର୍ଥ ଉଠାଣ କରିବାରେ ସମସ୍ୟା ହେବା ସହିତ ଗ୍ରାହକଙ୍କୁ ୨୪ଘଣ୍ଟିଆ ଅର୍ଥ ଉଠାଣ ସୁବିଧା ଯୋଗାଇଦେବା ପାଇଁ ବ୍ରାହ୍ମଣୀଗାଁ ଓ ଗଦାପୁରଠାରେ ଏଟିଏମ୍‍ କାଉଣ୍ଟର ପ୍ରତିଷ୍ଠା ପାଇଁ ଦାବୀ ହୋଇଥିଲା। ଏହାକୁ ଗୁରୁତ୍ୱ ଦେଇ ବ୍ରାହ୍ମଣୀଗାଁ ଠାରେ ଭାରତୀୟ ଷ୍ଟେଟବ୍ୟାଙ୍କ ଏଟିଏମ୍‍ କାଉଣ୍ଟର ଖୋଲାଯାଇଥିଲା। ଗତକାଲି ସନ୍ଧ୍ୟାରେ ଗଦାପୁର ଅଞ୍ଚଳର ଲୋକଙ୍କ ସୁବିଧା ପାଇଁ ଲୋକଙ୍କ ଦାବିକୁ ଗୁରୁତ୍ୱ ଦେଇ ଭାରତୀୟ ଷ୍ଟେଟବ୍ୟାଙ୍କର ଏଟିଏମ୍‍ କାଉଣ୍ଟର ଉଦଘାଟନ କରାଯାଇଛି। ଏହି ଏଟିଏମ୍‍ କାଉଣ୍ଟରର ଶୁଭ ଉଦଘାଟନ କରିବା ସମୟରେ ଫୁଲବାଣୀ ଆଞ୍ଚଳିକ ଶାଖା ପ୍ରବନ୍ଧକ ବିକ୍ରମ କେଶରୀ ମାନ୍ଧାତା, ଗଦାପୁର ସରପଞ୍ଚ ଆରତୀ ମଲ୍ଲିକ, ଗଦାପୁର ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖା ପରିଚାଳକ ନିହାର ରଂଜନ ବେହେରା ବ୍ରାହ୍ମଣୀଗାଁ ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖା ପରିଚାଳକ ଋଷିକେଶ ପ୍ରଧାନ ପ୍ରମୁଖ ଅତିଥିଭାବେ ଯୋଗଦେଇ ଏଟିଏମ କାଉଣ୍ଟର ର ଲୋକାର୍ପଣ କରିଥିଲେ।ଚ୍ୟାନେଲ ମ୍ୟାନେଜର ରଂଜିତ ମହାପାତ୍ରଉପସ୍ଥିତ ରହି ଏହାର ପରିଚାଳନାକରିଥିଲେ। ଭାରତୀୟ ଷ୍ଟେଟବ୍ୟାଙ୍କ ଏଟିଏମ କାଉଣ୍ଟର ଉଦଘାଟନ ହେବାପରେ ଅଞ୍ଚଳରେ ଅନେକ ଦିନ ଧରି ଲୋକଙ୍କ ଆଶା ସଫଳ ହୋଇଥିବା ନେଇ ଖୁସିର ଲହରୀ ଖେଳି ଯାଇଛି। ଅଞ୍ଚଳବାସୀମାନେ ଏଥିପାଇଁ ବିଭାଗୀୟ ଅଧିକାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

Comments are closed.