ଚଳଚଞ୍ଚଳ ଭାଲୁପାଲି, ଆଗକୁ ମହାକାଳେଶ୍ଵର ମନ୍ଦିର ପ୍ରତିଷ୍ଠା ଉତ୍ସବ

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଅତାବିରା ଏନଏସି ୱାର୍ଡ ନଂ ୩ ଭାଲୁପାଲି ଭାଲୁ କଣ୍ଟାଠାରେ ନବ ନିର୍ମିତ ମନ୍ଦିର ଓ ମହାକାଳେଶ୍ୱର ବାବାଙ୍କ ବିଗ୍ରହ ସ୍ଥାପନ ଉତ୍ସବ ଚଲଚଞ୍ଚଳ ହୋଇଉଠିଛି। ପ୍ରତିଷ୍ଠା ଉତ୍ସବ ପାଇଁ ପ୍ରଚାର ପ୍ରସାର ସହ ଘରେ ଘରେମାନଙ୍କରେ ଲିପାପୋଛା କରି ଉତ୍ସବରେ ପ୍ରସ୍ତୁତି ଚାଲିଛି। ଏହି ଉତ୍ସବରେ ସ୍ୱତନ୍ତ୍ର କମିଟି ଗଠନ ହୋଇ ସଭାପତି ଭାବେ ଅମୃତ ପ୍ରଧାନ ଦାୟିତ୍ୱ ତୁଲାଉଥିବା ବେଳେ ପ୍ରେମଜିତ ପ୍ରଧାନ ସଂପାଦକ ଭାବେ ନିଯୁକ୍ତ ହୋଇଛନ୍ତି। ଯାହା ଆଗାମୀ ଫାଲ୍ଗୁନ କୃଷ୍ଣପକ୍ଷ ଏକାଦଶୀ ବୁଧବାର ଦିନ କଳସ ଯାତ୍ରା ସହ କଳସ ସ୍ଥାପନ, ଦ୍ୱୀପ ପ୍ରଜ୍ଵଳନ, ଅନ୍ନାଭିଷେକ, ଶସ୍ୟାଭିଷେକ ତଥା ଯଜ୍ଞାରମ୍ଭ ହୋଇ ଫାଲ୍ଗୁନ ଦ୍ଵାଦଶୀ ଦିନ ମହାସ୍ନାନ, ପ୍ରାଣ ପ୍ରତିଷ୍ଠା, ଅଷ୍ଟ ଶିଳା ପ୍ରୋତନ, ଯୁବ ସ୍ଥାପନ, ମନ୍ଦିର କଳସ ଧ୍ୱଜ ସ୍ଥାପନ ତଥା ମହା କାଳେଶ୍ୱରଙ୍କର ରତ୍ନ ସିଂହାସନକୁ ଗମନ ହୋଇ ପୂର୍ଣ୍ଣାହୁତି ହେବାକୁ ଯାଉଛି।

ଏହି ଅବସରରେ ପର୍ଯ୍ୟାୟ କ୍ରମେ ସପତ୍ନୀକ ଲେସଦେଵ ପ୍ରଧାନ ଓ ବାରୁଣୀ ପ୍ରଧାନ, ବସନ୍ତ ବାରିକ ଓ ଗାୟତ୍ରୀ ବାରିକ, ସଦାନନ୍ଦ ପ୍ରଧାନ ଓ ସିମନ୍ତିନି ପ୍ରଧାନ, ଦେବାନନ୍ଦ ପ୍ରଧାନ ଓ ଦିବ୍ୟସିନି ପ୍ରଧାନ, ବଳରାମ ପ୍ରଧାନ ଓ ବେଦମତି ପ୍ରଧାନ କର୍ତ୍ତା ଭାବେ ବରଣ ହୋଇଥିବା ବେଳେ ସଂଜୟ ଦାଶ, ଜୟ କୁମାର ଦାଶ, ଅଜୟ ମହାପାତ୍ର ପୂଜକ ଦାୟିତ୍ୱ ତୁଲାଇବେ। ସେହିପରି ଉତ୍ସବର ବିଭିନ୍ନ ଦାୟିତ୍ୱରେ ଉପଦେଷ୍ଟା ଭାବେ ଲବ ସାହୁ, ରବି ପ୍ରଧାନ, ସୁରେଶ୍ଵର ମଟାରି, ସଂଜୟ ଦାଶ, ନେପାଳ ପ୍ରଧାନ, ସତ୍ୟବାନ ପ୍ରଧାନ ପ୍ରମୁଖଙ୍କ ସହ ଗ୍ରାମବାସୀଙ୍କ ସକ୍ରିୟ ସହଯୋଗ ରହିବ।

Comments
Loading...