୭୨ ତମ ରାଜ୍ୟ ପୁଲିସ କ୍ରୀଡା ପ୍ରତିଯୋଗୀତା ଉଦଘାଟିତ

କଟକ: ୭୨ ତମ ରାଜ୍ୟସ୍ତରୀୟ ପୁଲିସ କ୍ରୀଡା ପ୍ରତିଯୋଗୀତା ମଙ୍ଗଳବାର ଉଦଘାଟିତ ହୋଇଛି। କଟକ ବକ୍ସିବଜାର ସ୍ଥିତ ରିଜର୍ଭ ପୁଲିସ ପଡିଆରେ ଆନୁଷ୍ଠାନିକ ଭାବେ ରାଜ୍ୟସ୍ତରୀୟ ପୁଲିସ କ୍ରୀଡା ପ୍ରତିଯୋଗୀତାକୁ ଉଦଘାଟନ କରିଥିଲେ ଗୁଇନ୍ଦା ନିର୍ଦେଶକ ଡ.ସତ୍ୟଜିତ୍ ମହାନ୍ତି। ଉଦଘାଟନୀ ସମାରୋହ ପାଇଁ ଆୟୋଜିତ ଏକ ଚିତ୍ତାକର୍ଷକ ମାର୍ଚପାଷ୍ଟରେ ମୁଖ୍ୟ ଅତିଥି ଡ.ସତ୍ୟଜିତ୍ ମହାନ୍ତି ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଷଖଳାଳି ମାନଙ୍କୁ ଖେଳୁଆଡ ମନୋଭାବ ସହ ପ୍ରତିଯୋଗୀତା ମାନଙ୍କରେ ଅଶଂ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ବର୍ତ୍ତମାନ ସମୟରେ ବୃତ୍ତିଗତ ରୋଗ ଯଥା ଉଚ୍ଚ ରକ୍ତ ଚାପ,ହୃଦୟ ତଥା ଅନ୍ୟାନ୍ୟ ଆନୁସଙ୍ଗିକ ରୋଗ ସରକାରୀ ଚାକିରିରେ ଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ବିଶେଷ ଭାବରେ ଦେଖାଯାଉଛି। ଏହାର ପ୍ରମୁଖ କାରଣ ହେଉଛି ବୃତ୍ତିଗତ ଚାପ ଓ ଶାରିରୀକ ପରିଶ୍ରମର ଅଭାବ। ଏହି ବୃତ୍ତିଗତ ରୋଗରୁ ରକ୍ଷା ପାଇବା ପାଇଁ ଖେଲ କସରତ ବହୁ ଭାବରେ ସହାୟକ ହେବା ସହ ଆମକୁ ଅଧିକ କର୍ମତତ୍ପର ଓ ଦକ୍ଷ କରିଥାଏ ବୋଲି ମୁଖ୍ୟ ଅତିଥି ଡ.ସତ୍ୟଜିତ୍ ମହାନ୍ତି ତାଙ୍କ ବକ୍ତବ୍ୟରେ କହିଥିଲେ।ସୂଚନାଯୋଗ୍ୟ ଏହି ରାଜ୍ୟସ୍ତରୀୟ ପୁଲିସ କ୍ରୀଡା ପ୍ରତିଯୋଗୀତାରେ ଜିଲା ମାନଙ୍କରୁ ୩୦ଟି ଦଳ, ବାଟାଲିୟନରୁ ୧୯ ଦଳ,ବେତାର ଏବଂ ରେଲୱ ପ୍ରତିଷ୍ଠାନରୁ ୩ ଟି ଦଳ ଓ କମିଶନରେଟ ପୁଲିସରୁ ୨ଟି ଦଳକୁ ମିଶାଇ ମୋଟ ୫୪ଟି ଦଳ ଅଶଂଗ୍ରହଣ କରିଛନ୍ତି। ଏହି ୫୪ଟି ଦଳରେ ମୋଟ ୯୪୯ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ୭୮୨ ଜଣ ପୁରୁଷ ଓ ୧୬୭ ଜଣ ମହିଳା ପ୍ରତିଯୋଗୀ ରହିଛନ୍ତି। ଏହି ପ୍ରତିଯୋଗୀତା ୪ ଫେବୃଆରୀ ରୁ ୭ ଫେବୃଆରୀ ଯାଏ ଚାଲିବ।

Comments are closed.