ବନ୍ଧୁକ ଦେଖାଇ କରୁଥିଲେ ୟୁଟ୍ୟୁବ ଭିଡିଓ, ବାନ୍ଧିଲା ପୁଲିସ୍‌

ନୂଆଦିଲ୍ଲୀ – ଦିଲ୍ଲୀରେ ଜଣେ ଯୁବକଙ୍କୁ ବନ୍ଧୁକ ଦେଖାଇ ଭିଡିଓ କରିବା ଏବଂ ଏହାକୁ ୟୁଟ୍ୟୁବରେ ପୋଷ୍ଟ କରିବା ମହଙ୍ଗା ପଡିଛି । ପୁଲିସ୍‌ ଏହି ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତାଙ୍କର ଜାମିନ୍‌ ନାମଞ୍ଜୁର ହେବାରୁ ଜେଲ୍‌କୁ ପଠାଇ ଦିଆଯାଇଛି ।

ଦିଲ୍ଲୀର ଦ୍ୱାରିକା ନଗରରେ ଜଣେ ୨୪ ବର୍ଷିୟ ଯୁବକ ଏବଂ ଜଣେ ନବାଳକ ବେଆଇନ ବନ୍ଧୁକ ସହ ଭିଡିଓ ପ୍ରସ୍ତୁତ କରି ୟୁଟ୍ୟୁବ୍‌ରେ ଅପ୍‌ଲୋଡ୍‌ କରିଥିଲେ । ଏହା ଭାଇରାଲ୍‌ ହେବାପରେ ପୁଲିସ୍‌ ଚଢଉ କରିଥିଲା । ଯୁବକଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ମିଳିଥିବା ବେଳେ ନାବାଳକର ବ୍ୟାଗରୁ ଏକ ଖଣ୍ଡା ଏବଂ ଛୁରି ଜବତ ହୋଇଛି ।

ପୁଲିସ୍‌ ବେଆଇନ ଅସ୍ତ୍ର ରଖିବା ଅଭିଯୋଗରେ ଯୁବକକୁ ଗିରଫ କରିଥିବା ବେଳେ ନାବାଳକକୁ ସୁଧାର ଗୃହକୁ ପଠାଇଛି ।

Comments are closed.