ଭଞ୍ଜନଗରରେ ବସ ଓଲଟି ଜଣେ ମୃତ ଓ ୧୫ ଆହତ, ଢେଙ୍କାନାଳରେ ୩୫ ଆହତ

ଗଞ୍ଜାମ/ଢେଙ୍କାନାଳ: ଗଞ୍ଜାମ ଏବଂ ଢେଙ୍କାନାଳ ଜିଲାରେ ଦୁଇଟି ପୃଥକ ଦୁର୍ଘଟଣାରେ ବସ୍‌ ଓଲଟି ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୫୦ ଯାତ୍ରୀ ଆହତ ହୋଇଛନ୍ତି। ଗଞ୍ଜାମ ଜିଲାର ଭଞ୍ଜନଗର ଅନ୍ତର୍ଗତ ଗାଙ୍ଗପୁର ନିକଟରେ ମିନି ବସ୍‌ ଓଲଟି ଜଣେ ପ୍ରାଣ ହରାଇଥିବାବେଳେ ୧୫ ଜଣ ଆହତ ହୋଇଛନ୍ତି। ବସ୍‌ଟି ବୋରିଗାଁରୁ ତନରଡ଼ା ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ସେହିପରି ଢେଙ୍କାନାଳ ଜିଲା ହିନ୍ଦୋଳର ପଡ଼ା ଛକରେ ଏବ ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୩୫ ଜଣ ଆହତ ହୋଇଛନ୍ତି। ବସ୍‌ଟି ଭୁବନେଶ୍ଵରରୁ ସମ୍ବଲପୁର ଯାଉଥିଲା। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତର ଆହତମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

Comments are closed.