ଗୁଜୁରାଟର ଏହି ସ୍ଥାନରେ କୋଭିଡ୍‌ ଟିକା ନେଲେ ୫୦ ହଜାର ଟଙ୍କାର ଫୋନ୍‌ ଜିତିବାର ମିଳୁଛି ସୁଯୋଗ

ଅହମ୍ମଦାବାଦ- କୋଭିଡ୍‌ ଟିକା ନେବା ପାଇଁ ଆଗ୍ରହ ସୃଷ୍ଟି କରିବାକୁ ଅଭିନବ ପ୍ରୟାସ । ଗୁଜୁରାଟର ରାଜକୋଟରେ ଏହି ପ୍ରୟାସ ଆରମ୍ଭ କରାଯାଇଛି । ରାଜକୋଟର ସ୍ଥାନୀୟ ପ୍ରଶାସନ ପକ୍ଷରୁ କୋଭିଡ୍‌ ଟିକା ନେଲେ ଲକି ଡ୍ର ମାଧ୍ୟମରେ ୫୦ ହଜାର ଟଙ୍କାର ଫୋନ୍‌ ଜିତିବା ପାରିବେ ବୋଲି ଘୋଷଣା କରାଯାଇଛି । ଡିସେମ୍ବର ୪ରୁ ୧୦ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ଟିକା ନେଇଥିବା ସମସ୍ତ ବ୍ୟକ୍ତିଙ୍କୁ ଏହି ସୁଯୋଗ ମିଳିବ ।

covid vaccine

ରାଜକୋଟ ପୌର ନିଗମର କମିଶନ ଅମିତ ଆରୋରା ଏ ବିଷୟରେ ସୂଚନା ଦେଇଛନ୍ତି । ସମସ୍ତଲୋକଙ୍କ ମଧ୍ୟରେ ଟିକା ନେବା ପାଇଁ ଆଗ୍ରହ ସୃଷ୍ଟି କରିବାରୁ ପ୍ରଶାସନ ଏପରି ପଦକ୍ଷେପ ନେଇଥିବା ସେ ଘୋଷଣା କରିଛନ୍ତି । ଏହି ଘୋଷଣା ପରେ ୨୧ ହଜାର ଜଣ କୋଭିଡ୍‌ ଟିକା ନେଇ ସାରିଥିବା କଥା ସେ ପ୍ରକାଶ କରିଛନ୍ତି ।

ଡିସେମ୍ବର ୧୦ ତାରିଖରେ ପୌରନିଗମ ପକ୍ଷରୁ ଲକି ଡ୍ର କରାଯିବ । ଏହାପରେ ବିଜେତାଙ୍କ ନାମ ଘୋଷାଣ କରାଯିବ ବୋଲି ପୌରନିଗମ ପକ୍ଷରୁ ସୂଚନା ଦିଆଯାଇଛି । ଭାରତରେ କୋଭିଡ୍‌ ଟିକା କରଣ ୧୦୦ କୋଟି ଟପି ସାରିଲାଣି ।

Comments are closed.