ତେଲଙ୍ଗାନାରେ ବିଦ୍ରୋହୀ କଂଗ୍ରେସ ପ୍ରାର୍ଥୀଙ୍କୁ ମନାଇବା ଉଦ୍ୟମ

0

ହାଇଦରାବାଦ : ତେଲଙ୍ଗାନା କଂଗ୍ରେସରେ ସୃଷ୍ଟି ହୋଇଥିବା ବିଦ୍ରୋହର ସମାଧାନ କରିବା ପାଇଁ ବରିଷ୍ଠ ନେତାମାନେ ଉଦ୍ୟମ ଚଳାଇଛନ୍ତି। ଗୁରୁବାର ଦଳର ବରିଷ୍ଠ ନେତା ଜୟରାମ ରମେଶ, ଅହମ୍ମଦ ପଟେଲ, ଡି.କେ ଶିବକୁମାର ଓ ଅନ୍ୟମାନେ ବିଦ୍ରୋହୀ ନେତାଙ୍କୁ ଭେଟି ସେମାନଙ୍କୁ ନ୍ୟାୟ ପ୍ରଦାନ କରାଯିବ ବୋଲି ଆଶ୍ୱାସନା ଦେଇଛନ୍ତି। ଆସନ୍ତା ଡିସେମ୍ବର ୭ରେ ରାଜ୍ୟ ବିଧାନସଭାର ୧୧୯ଟି ଆସନ ପାଇଁ ନିର୍ବାଚନ ହେବାକୁ ଥିଲାବେଳେ ଟିକଟ ବଣ୍ଟନ ଓ ଅନ୍ୟ କାରଣ ପାଇଁ କଂଗ୍ରେସ ନେତାଙ୍କ ମଧ୍ୟରେ ସୃଷ୍ଟ ଅସନ୍ତୋଷ ବିଦ୍ରୋହର ରୂପନେବା ପରେ ଉଚ୍ଚ କର୍ତ୍ତୃପକ୍ଷ ତାଳିପକା ଉଦ୍ୟମ ଆରମ୍ଭ କରିଛନ୍ତି। ଶୁକ୍ରବାର ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ରହିଥିବାରୁ ଏହା ପୂର୍ବରୁ ବିଦ୍ରୋହୀ ପ୍ରାର୍ଥୀଙ୍କୁ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବାକୁ ବୁଝାଇବାରେ କେନ୍ଦ୍ରୀୟ ନେତୃବୃନ୍ଦ ସଫଳ ହୋଇଥିବା ଜଣାପଡ଼ିଛି। କେନ୍ଦ୍ରୀୟ ନେତାମାନେ ଗୁରୁବାର ଦଳର ପ୍ରାୟ ୪ ଅସନ୍ତୁଷ୍ଟ ନେତାଙ୍କ ସାକ୍ଷାତ ପୂର୍ବକ ମନାଇବାରେ ସଫଳ ହୋଇଥିବା ପ୍ରକାଶ।

Leave A Reply