ଗୋଟିଏ ବିଦ୍ୟାଳୟରେ ୨୨ ଛାତ୍ର ଓ ୩ ଶିକ୍ଷକ କରୋନା ପଜିଟିଭ୍

ନୂଆଦିଲ୍ଲୀ : ବିହାରର ମୁଙ୍ଗେର ଜିଲାରେ ୨୨ ଜଣ ଛାତ୍ର ଏବଂ ତିନିଜଣ ଶିକ୍ଷକ କରୋନା ପଜିଟିଭ୍ ଥିବା ସୂଚନା ମିଳିଛି। ଏମାନେ ସମସ୍ତେ ଗୋଟିଏ ବିଦ୍ୟାଳୟର ବୋଲି ଜଣାପଡିଛି। ସେହି ବିଦ୍ୟାଳୟକୁ କଣ୍ଟେନମେଣ୍ଟ ଜୋନ୍ ବୋଲି ଘୋଷଣା କରିବା ସହିତ ଅନ୍ୟ ବିଦ୍ୟାଳୟର ପିଲାମାନଙ୍କର ମଧ୍ୟ କରୋନା ପରୀକ୍ଷା କରାଯିବ।


ମୁଙ୍ଗେର ସିଏସ୍ ଅଜୟ କୁମାର ଭାରତୀ କହିଛନ୍ତି ଯେ, ବିଦ୍ୟାଳୟ ଖୋଲିବା ପରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସମେତ ମୋଟ ୭୫ଜଣ ଆସିଥିଲେ। ନିୟମିତ ଭା​‌ବେ ସେମାନଙ୍କର କରୋନା ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ୨୨ ଜଣ ଶିଶୁ ଏବଂ ତିନିଜଣ ଶିକ୍ଷକ ପଜିଟିଭ୍ ରିପୋର୍ଟ ଆସିଛି। ଏକ ଡାକ୍ତରୀ ଦଳ ଗଠନ କରାଯାଇ ସେମାନଙ୍କ ଚିକିତ୍ସା ଚାଲିଛି। ପଜିଟିଭ୍ ଆସିଥିବା ସମସ୍ତ ସ୍ଥାନୀୟ ପିଲାମାନଙ୍କର ପରିବାର ଏବଂ ସେମାନଙ୍କ ସମ୍ପକରେ ଆସିଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରାଯାଇ ପରୀକ୍ଷା କରାଯିବ। ଏହା ଛଡା ସ୍ଥାନୀୟ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରି ଅନ୍ୟ ସ୍କୁଲର ପିଲାମାନଙ୍କର କରୋନା ପରୀକ୍ଷା କରାଯିବ।

Comments are closed.