ଆମେରିକା-ଉତ୍ତର କୋରିଆ ଦ୍ୱିତୀୟ ସମିତି କଥାବାର୍ତ୍ତା ଖୁବ୍‍ଶୀଘ୍ର

0

ସିଓଲ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉତ୍ତର କୋରିଆ ସର୍ବୋଚ୍ଚ ନେତା କିମ୍‍ ଜଙ୍ଗ ଉନ୍‍ଙ୍କ ମଧ୍ୟରେ ଦ୍ୱିତୀୟ ସମିତିସ୍ତରୀୟ କଥାବାର୍ତ୍ତା ଖୁବ୍‍ଶୀଘ୍ର ହେବ ବୋଲି ଜଣାଯାଇଛି। ରବିବାର ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଟ୍ରମ୍ପଙ୍କ ସହିତ ସମିତି କଥାବାର୍ତ୍ତା ଲାଗି କିମ୍‍ ଆଗ୍ରହୀ। ତେଣୁ ଏହି କଥାବାର୍ତ୍ତାକୁ ଯଥାଶୀଘ୍ର ଆରମ୍ଭ କରାଯିବ। ପୋଙ୍ଗୟାଙ୍ଗରେ ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ ପମ୍ପେଓ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍‍ ଜାଏ ଇନଙ୍କ ସହିତ କଥାବାର୍ତ୍ତା କାଳରେ ପମ୍ପେଓ ଏହି ସୂଚନା ଦେଇଥିଲେ। ଏହି କଥାବାର୍ତ୍ତାରେ ସମୟରେ କିମ୍‍ ମଧ୍ୟ ଉପସ୍ଥିତ ଥିଲେ। ଜୁନ୍‍ ୧୨, ୨୦୧୮ରେ କିମ୍‍ ଓ ଟ୍ରମ୍ପଙ୍କ ମଧ୍ୟରେ ସିଙ୍ଗାପୁରରେ ପ୍ରଥମ ସମିତି କଥାବାର୍ତ୍ତା ହୋଇଥିଲା।

Leave A Reply