ଭାରତରେ ତିଆରି ହେଉଛି ଏମିତି ରାସ୍ତା , ଏଥିରେ ଗଡିବା ବେଳେ ଚାର୍ଜ ହେବ ଗାଡି

ନୂଆଦିଲ୍ଲୀ – ଏବେ ଦେଶରେ ବୈଦ୍ୟୁତିକ ଯାନର ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ହେଲେ ଏବେ ଚାର୍ଜିଂ ଷ୍ଟେସନ ସେତେମାତ୍ରାରେ ନାହିଁ । ଇ ଯାନ ଚଳାଉଥିବା ଲୋକଙ୍କ ପାଇଁ ଏବେ ରାସ୍ତାରେ ଚାର୍ଜିଂ କରିବା ଏକ ସମସ୍ୟା । ଏଥିପାଇଁ କେନ୍ଦ୍ର ସରକାର ବୈଦ୍ୟୁତିକ ରାଜପଥ ନିର୍ମାଣ କରୁଛନ୍ତି ବୋଲି କେନ୍ଦ୍ର ସଡକ, ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ସୂଚନା ଦେଇଛନ୍ତି । ରାସ୍ତାରେ ଚାଲୁଥିବା ବୈଦ୍ୟୁତିକ ଯାନ ଏଥିରେ ଚାର୍ଜ ହୋଇପାରିବ ।

 

ଏହି ରାଜାପଥକୁ ସୋଲାର ପ୍ୟାନେଲ୍‌ ସହ ସଂଯୋଗ କରାଯିବ । ସୂର୍ଯ୍ୟକିରଣରୁ ବୈଦ୍ୟୁତିକ ଶକ୍ତି ଗାଡି ଗୁଡିକୁ ଚାର୍ଜ କରିବାରେ ସହାୟକ ହେବ । କେନ୍ଦ୍ର ସରକାର ଏବେ ସୌର ବିଦ୍ୟୁତ ଏବଂ ପବନ ଚାଳିତ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ ଉପରେ ଜେର ଦେଉଛନ୍ତି ।

 

ଏହା ପରିବେଶ ପ୍ରଦୂଷଣକୁ କମ୍‌ କରିବ । ଦେଶରେ ଥିବା ସମସ୍ତ ଟୋଲ୍‌ ପ୍ଲାଜାକୁ ସୌର ବିଦ୍ୟୁତ୍‌ ଉତ୍ପାଦନ ସହ ଏହାର ବ୍ୟବହାର ପାଇଁ ଉଦ୍ୟମ କରାଯାଉଥିବା ନୀତନ ଗଡକରୀ ସୂଚନା ଦେଇଛନ୍ତି ।

ଏହା ଦ୍ୱାରା ଦେଶରେ ଇ ଯାନର ଚାର୍ଜିଂ ସମସ୍ୟା କିଛି ମାତ୍ରାରେ ହ୍ରାସ କରାଯାଇ ପାରିବ ।

Comments are closed.