www.samajalive.in
Monday, December 8, 2025
14.1 C
Bhubaneswar

ନିର୍ବାଚନ ରାଲିରେ ବିଜେପି ବିଧାୟକ ପ୍ରାର୍ଥୀ କାନଧରି ଉଠ୍‌ବସ୍‌ ହେଉଥିବାର ଭିଡିଓ ଭାଇରାଲ୍‌

ଲକ୍ଷ୍ମୌ – ଉତ୍ତରପ୍ରଦେଶରେ ଚାଲିଥିବା ବିଧାନସଭା ନିର୍ବାଚନର ପ୍ରଚାର ସମୟରେ ବିଜେପିର ବିଧାୟକ ତଥା ଏବେ ନିର୍ବାଚନ ଲଢୁଥିବା ଭୁପେଶ ଚୌବେ କାନଧରି ବସ୍ ଉଠ୍‌ ହେଉଥିବାର ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି । ରବର୍ଟସଗଞ୍ଜର ଏକ ନିର୍ବାଚନ ସଭାରେ ସେ କାନଧରି ବସ୍‌ଉଠ୍‌ ହୋଇଥିଲେ । ଗତ ୫ ବର୍ଷ ଭିତରରେ ସେ ଯଦି କିଛି ବୁଲ୍‌ କରିଥିବେ ସେଥିପାଇଁ ସେ ଭୁଲ୍‌ ମାଗିବା ସହ କାନଧରି ବସ୍‌ ଉଠ୍‌ ହୋଇଥିଲେ ।

- Advertisement -

ମାର୍ଚ୍ଚ ୭ ତାରିଖରେ ଏଠାରେ ମତଦାନ ଅନୁଷ୍ଠିତ ହେବ । ମଞ୍ଚରେ ଭାଷଣ ଦେବାପରେ ସେ ଯଦି ତାଙ୍କ ଦ୍ୱାରା କିଛି ଭୁଲ୍‌ ହୋଇଥିବ ସେଥିପାଇଁ କ୍ଷମା ମାଗିଥିଲେ । ଏହାପରେ ମଞ୍ଚ ଉପରେ ସେ କାନଧରି ବସ୍‌ ଉଠ୍‌ ହୋଇଥିଲେ । କିଛି ଲୋକ ତାଙ୍କୁ ଏଥିରୁ ବିରତ କରାଇଥିଲେ । ତେବେ ସାମାଜିକ ଗଣମାଧ୍ୟମମାନଙ୍କରେ ଏହାର ଭିଡିଓ ବେଶ୍‌ ଭାଇରାଲ୍‌ ହେଉଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories