କ୍ୟାପିଟାଲ ହସ୍‌ପିଟାଲ୍‌ରେ ୩୦ରୁ ଅଧିକ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀ କରୋନା ଆକ୍ରାନ୍ତ

ଭୁବନେଶ୍ୱର – କ୍ୟାପିଟାଲ ହସ୍‌ପିଟାରେ ୩୦ରୁ ଅଧିକ ଡାକ୍ତର ନର୍ସ ଏବଂ ଅନ୍ୟ ସ୍ୱାସ୍ଥ୍ୟକର୍ମୀମାନେ କୋଭିଡ୍‌ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ହସ୍‌ପିଟାଲ୍‌ର ନିର୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ ଏ ବିଷୟରେ ସୂଚନା ଦେଇଛନ୍ତି । କେତକ ଗୁରୁତ୍ୱପୂର୍ଣ୍ଣ ବିଭାଗର ଡାକ୍ତରମାନେ ସଂକ୍ରମିତ ହୋଇଛନ୍ତି । ଏହା ବ୍ୟତୀତ ବିଭିନ୍ନ କର୍ମଚାରୀ ସଂକ୍ରମିତ ହୋଇଛନ୍ତି ।

ସଂକ୍ରମିତମାନେ ସଙ୍ଗରୋଧରେ ରହିଛନ୍ତି । ଏଥିଯୋଗୁଁ ସ୍ୱାସ୍ଥ୍ୟସେବା ପ୍ରଭାବିତ ହୋଇପାରେ ବୋଲି ସେ ସୂଚନା ଦେଇଛନ୍ତି । ଜରୁରୀ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି । ଜରୁରୀ ଥିବା ଅସ୍ତ୍ରୋପଚାର କରାଯିବ ବୋଲି ଡାକ୍ତର ସାହୁ କହିଛନ୍ତି । ଏବେ ଟେଲି ମେଡିସିନ୍‌ ଉପରେ ଅଦିକ ପ୍ରାଧାନ୍ୟତା ଦିଆଯିବୋ ବୋଲି ସେ କହିଛନ୍ତି ।

Comments are closed.