ବାଲେଶ୍ୱରରେ ଭିତ୍ତିଭୂମି ସମୀକ୍ଷା କଲେ ମୁଖ୍ୟ ସଚିବ ଓ ଫାଇଭ ଟି ସଚିବ

ବାଲେଶ୍ୱର ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ସରକାର ପଦକ୍ଷେପ ନେଉଛନ୍ତି ବୋଲି ମୁଖ୍ୟ ଶାସନ ସଚିବଙ୍କ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି। ଆଜି ବାଲେଶ୍ୱର ଜିଲ୍ଲାକୁ ଏକ ସଂକ୍ଷିପ୍ତ ଗସ୍ତରେ ଆସି ଶ୍ରୀ ମହାପାତ୍ର ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ଫାଇଭ ଟି ସଚିବ ଭି. କେ. ପାଣ୍ଡିୟନ, ପୂର୍ତ୍ତ ବିଭାଗ ସଚୀବ କ୍ରିଷନ କୁମାର ବାଲେଶ୍ୱର ଜିଲ୍ଲାର ପ୍ରବେଶ ପଥର ନିର୍ମିତ ରାସ୍ତା, ରେମୁଣାକୁ ସଂଯୋଗ କରୁଥିବା ରାସ୍ତାରେ ଷ୍ଟ୍ରିଟ ଲାଇଟ ବ୍ୟବସ୍ତା, ଫକୀର ମୋହନ ସରକାରୀ ମେଡିକାଲ କଲେଜ ହସ୍ପିଟାଲ ପରିସରର ବସ ଷ୍ଟାଣ୍ଡ ଏବଂ ଜିଲ୍ଲା ସ୍କୁଲର ସମସ୍ୟା ଓ ସର୍ବାଙ୍ଗୀନ ବିକାଶ ନିମିତ୍ତ କି ପ୍ରକାର ଭିତ୍ତଭୂମି ରହିଛି ତାହା ଜାଣିବା ପାଇଁ ସେମାନେ ଏହି ଗସ୍ତ କରିଥିଲେ। ଏ ସଂପର୍କରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ସେ ସାମ୍ବାଦିକମାନଙ୍କୁ କହିଛନ୍ତି।

ଏହି ଅବସରରେ ସଚିବମାନେ ଜିଲ୍ଲାର ପ୍ରମୁଖ ପ୍ରଶାସନିକ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।

Comments are closed.