୪ ମାସ ପରେ ପାକିସ୍ତାନରୁ ବାହାରିଲେ ତାହିର

କରାଚି : କ୍ରିକେଟ୍‍ ଖେଳିବା ପାଇଁ ପାକିସ୍ତାନକୁ ଆସି ଆଉ ସ୍ୱଦେଶ ଫେରି ପାରିନଥିଲେ ଦକ୍ଷିଣ ଆଫ୍ରିକାର ଲେଗ୍‍ସ୍ପିନର ଇମ୍ରାନ୍‍ ତାହିର। ଦୀର୍ଘ ୪ ମାସ ତାଙ୍କ ଜନ୍ମମାଟି ପାକିସ୍ତାନରେ ବିତାଇବା ପରେ ସୋମବାର ଏହି ଦେଶରୁ ମୁକୁଳିଛନ୍ତି ତାହିର। ତେବେ ତାହିର ସ୍ୱଦେଶ ଦକ୍ଷିଣ ଆଫ୍ରିକା ନଯାଇ କରାଚିରୁ ସିଧା ୱେଷ୍ଟଇଣ୍ଡିଜ୍‍ ଚାଲି ଯାଇଛନ୍ତି। ସେଠାରେ କାରିବିୟାନ୍‍ ପ୍ରିମିୟର ଲିଗ୍‍ (ସିପିଏଲ୍‍) ଖେଳିବାକୁ ଚୁକ୍ତିବଦ୍ଧ ହୋଇଛନ୍ତି ତାହିର। ମାର୍ଚ୍ଚରେ ପାକିସ୍ତାନ ପ୍ରିମିୟର ଲିଗ୍‍ (ପିଏସ୍‍ଏଲ୍‍) ଖେଳିବା ପାଇଁ ପାକିସ୍ତାନରେ ପହଞ୍ଚି ଯାଇଥିଲେ ଇମ୍ରାନ୍‍ ତାହିର। ତେବେ କୋଭିଡ୍‍-୧୯ ସଂକ୍ରମଣ ଯୋଗୁଁ ପିଏସ୍‍ଏଲ୍‍ ବାତିଲ ହୋଇ ଯାଇଥିଲା ଏବଂ ପାକିସ୍ତାନରେ ଆନ୍ତର୍ଜାତିକ ବିମାନ ସେବା ବାତିଲ ହୋଇ ଯାଇଥିଲା। ଫଳରେ ତାହିର ସ୍ୱଦେଶ ଦକ୍ଷିଣ ଆଫ୍ରିକା ଫେରି ନପାରି ପାକିସ୍ତାନରେ ରହିବାକୁ ବାଧ୍ୟ ହୋଇଥିଲେ।

Comments are closed.