ନିରାଡ଼ମ୍ବର ହେବ ଇମ୍ରାନ୍‍ଙ୍କ ଶପଥଗ୍ରହଣ ସମାରୋହ

0

ଇସ୍‍ଲାମାବାଦ : ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଇମ୍ରାନ୍‍ ଖାନ୍‍ଙ୍କ ଶପଥ ଗ୍ରହଣ ଉତ୍ସବ ନିରାଡ଼ମ୍ବର ହେବ। ଏହି ଉତ୍ସବ ପାଇଁ କୌଣସି ବିଦେଶୀ ନେତାଙ୍କୁ ଆମନ୍ତ୍ରଣ କରାଯିବ ନାହିଁ। ଆସନ୍ତା ୧୧ତାରିଖରେ ଆଇୱାନ-ଇ-ସର୍ଦ (ପାକିସ୍ତାନର ରାଷ୍ଟ୍ରପତି ଭବନ)ଠାରେ ଏକ ନିରାଡମ୍ବର ସମାରୋହରେ ଇମ୍ରାନ୍‍ ଶପଥ ଗ୍ରହଣ କରିବେ ବୋଲି ପାକିସ୍ତାନ ତେହରିକ୍‍-ଇ-ଇନ୍‍ସାଫର ମୁଖପାତ୍ର ଫୱାଦ ଚୌଧୁରୀ ଗୁରୁବାର ପ୍ରକାଶ କରିଛନ୍ତି। ତେବେ ଏହି ସମାରୋହରେ ଇମ୍ରାନ୍‍ଙ୍କର କିଛି ଘନିଷ୍ଠ ବନ୍ଧୁଙ୍କୁ ଆମନ୍ତ୍ରଣ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

Leave A Reply