ନା’ମୋଦି, ନା’ ଜିଙ୍ଗପିନ୍‍ ଇମ୍ରାନଙ୍କ ଶପଥଗ୍ରହଣ ଉତ୍ସବରେ ଏକାଧିକ ରାଷ୍ଟ୍ରଧ୍ୟକ୍ଷ ଅମନ୍ତ୍ରଣରୁ ବଞ୍ଚିତ

0

ନୂଆଦିଲ୍ଲୀ: ପାକିସ୍ତାନ ତାରିକ୍‍-ଏ-ଇନ୍ସାଫ(ପିଟିଆଇ) ଦଳର ମୁଖିଆ ଇମ୍ରାନ ଖାନ୍‍ ୧୧ଅଗଷ୍ଟରେ ଶପଥ ଗ୍ରହଣ କରିବେ। ଏହି ଅବସରରେ ଏକାଧିକ ବ୍ୟକ୍ତିଙ୍କୁ ଶପଥ ଗ୍ରହଣ ଉତ୍ସବରେ ଆମନ୍ତ୍ରିତ କରାଯାଇଛନ୍ତି। ଆଶା କରାଯାଉ ଥିଲା ଇମ୍ରାନ ତାଙ୍କ ଶପଥ ଗ୍ରହଣ ଉତ୍ସବରେ ସାର୍କ ଦେଶର ମୁଖ୍ୟଙ୍କୁ ନିଶ୍ଚିତ ଆମନ୍ତ୍ରିତ କରିବେ। ଫଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଇମ୍ରାନଙ୍କ ଶପଥ ଗ୍ରହଣ ଉତ୍ସବରେ ଆମନ୍ତ୍ରିତ ହେବେ। ତେବେ ଏଭଳି ଆକଳନକୁ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ଖଣ୍ଡନ କରିଛନ୍ତି। ପାକିସ୍ତାନ ଗୃହ ମନ୍ତ୍ରଣାଳୟର ପ୍ରବକ୍ତା ଗୁରୁବାର ଏ ସମ୍ପର୍କରେ ସୂଚନା ଦେଇ ଇମ୍ରାନଙ୍କ ଶପଥ ଗ୍ରହଣ ଉତ୍ସବରେ କୌଣସି ବିଦେଶୀ ନେତାଙ୍କୁ ଆମନ୍ତ୍ରିତ କରାଯାଇ ନାହିଁ। ଫଳରେ ଇମ୍ରାନଙ୍କ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିମ୍ବା ପାକିସ୍ତାନର ଘନିଷ୍ଠ ଚୀନ ପ୍ରଧାନମନ୍ତ୍ରୀ ଜିଙ୍ଗପିନ୍‍ ମଧ୍ୟ ଶପଥ ଗ୍ରହଣ ଉତ୍ସବରେ ଅମନ୍ତ୍ରିତ କରାଯିବ ନାହିଁ ଏହା ସ୍ପଷ୍ଟ ହୋଇଛି।

Leave A Reply